ODISHATOP STORIES

ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷିତ

ସିଡ଼୍ନୀ, ୭ା୨ : ନ୍ୟୁଜିଲାଣ୍ଡରେ ଟି-୨୦ ସିରିଜ୍ ଖେଳିବା ପରେ ଭାରତୀୟ ଟିମ୍ ଭାରତକୁ ଫେରି ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଏବଂ ଏକଦିବସୀୟ ମ୍ୟାଚ୍ ସିରିଜ୍ ଖେଳିବ । ଅଷ୍ଟ୍ରେଲିଆ ଟିମ୍ ଭାରତ ଗସ୍ତରେ ଆସିବା ପୂର୍ବରୁ ନିଜର ଏକଦିବସୀୟ ଓ ଟି-୨୦ ମ୍ୟାଚ୍ ଖେଳାଳୀଙ୍କ ତାଲିକା ଘୋଷଣା କରିଛି । ତେବେ ଟିମ୍ରେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ୍ ଷ୍ଟାର୍କ ଓ ମିଚେଲ୍ ମାର୍ଶଙ୍କ ନାମ ନ ଥିବାରୁ ଏହା ଅଷ୍ଟ୍ରେଲିଆ ଟିମ୍ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଭାରତ ବିପକ୍ଷ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ୧୫ ସଦସ୍ୟଙ୍କ ନାମ ଘୋଷଣା କରିଛି । ଭାରତ ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରଥମେ ୨ଟି ଟି-୨୦ ମ୍ୟାଚ୍ ଖେଳିବ ଓ ଏହାପରେ ୫ଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଟି-୨୦ ଚଳିତ ମାସ ୨୪ ତାରିଖରେ ବିଶାଖପାଟନମ୍ରେ, ଦ୍ୱିତୀୟ ଟି-୨୦ ବେଙ୍ଗାଲୁରୁରେ ଖେଳିବ । ମାର୍ଚ୍ଚ ୨ ତାରିଖରୁ ଏକଦିବସୀୟ ସିରିଜ୍ ଆରମ୍ଭ ହେବ । ମାର୍ଚ୍ଚ ୨ରେ ହାଇଦ୍ରାବାଦ୍ରେ ପ୍ରଥମ ଦିନିକିଆ, ମାର୍ଚ୍ଚ ୫ରେ ନାଗପୁରରେ ଦ୍ୱିତୀୟ ଦିନିକିଆ, ମାର୍ଚ୍ଚ ୮ରେ ରାଞ୍ଚିରେ ତୃତୀୟ ଦିନିକିଆ, ମାର୍ଚ୍ଚ ୧୦ରେ ମୋହାଲିରେ ଚତୁର୍ଥ ଦିନିକିଆ ଏବଂ ମାର୍ଚ୍ଚ ୧୩ରେ ଦିଲ୍ଲୀରେ ପଞ୍ଚମ ଦିନିକିଆ ଖେଳାଯିବ । ଅଷ୍ଟ୍ରେଲିଆ ଟିମ୍ : ଏରୋନ୍ ଫିଞ୍ଚ୍ (ଅଧିନାୟକ), ଏଲେକ୍ସ କେରି (ଉପ ଅଧିନାୟକ), ଜେସନ୍ ବେହରେନ୍ଡାର୍ଫ, ନାଥନ୍ କୁଲ୍ଟର ନାଇଲ୍, ପିଟର ହାଣ୍ଡସ୍କମ୍ବ, ଉସ୍ମାନ୍ ଖ୍ୱାଜା, ନାଥନ୍ ଲିଓନ୍, ସନ୍ ମାର୍ଶ, ଗ୍ଲେନ୍ ମାକ୍ସୱେଲ୍, ଜେଇ ରିଚାର୍ଡସନ୍, କେନ୍ ରିଚାର୍ଡସନ୍, ଡି ଆର୍ସି ସର୍ଟ୍ସ, ମାର୍କସ୍ ଷ୍ଟୋଇନିସ୍, ଏଷ୍ଟର ଟର୍ନର, ଏଡମ୍ ଜାମ୍ପା ।

Show More

Related Articles

Leave a Reply

Your email address will not be published. Required fields are marked *