CRICKETNEWSSPORTSPORTSTOP STORIES

ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳିବ ଭାରତ

ଓକଲାଣ୍ଡ୍, ୮ା୨ : ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍କୁ ୮୦ ରନ୍ରେ ହାରିବା ପରେ ଭାରତୀୟ ଟିମ୍ ଶୁକ୍ରବାର ସେଠାରେ ଘରୋଇ ଦଳ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳିବ । ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡସ୍ଥିତ ଇଡ଼େନ୍ ପାର୍କଠାରେ ଏହି ମ୍ୟାଚ୍ ଖେଳାଯିବ । ତେବେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଯେଉଁ ଦଳ ୨ଟି ମ୍ୟାଚ୍ ଜିତିବ ସିରିଜ୍ ତାହା ହାତକୁ ଯିବ । ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିଜୟୀ ହୋଇ ସିରିଜ୍ରେ ୧-୦ରେ ଆଗୁଆ ଅଛି । ତେଣୁ ସିରିଜ୍ ହାତେଇବାକୁ ହେଲେ ଭାରତକୁ ପରବର୍ତ୍ତି ୨ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ତେଣୁ ଏହି ଟି-୨୦ ସିରିଜ୍ ଭାରତ ପାଇଁ ଏବେ କର ବା ମର ସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ସିରିଜ୍ ହାତେଇବାକୁ ପ୍ରସ୍ତୁତି ଚଳାଇଛି । ତେବେ ଅକଲାଣ୍ଡର ଇଡେନ୍ ପାର୍କରେ ଭାରତ ପ୍ରଥମ ଥର ପାଇଁ ଟି-୨୦ ଖେଳିବାକୁ ଥିବାରୁ ଭାରତକୁ ଏହି ମ୍ୟାଚ୍ରେ ସହଜରେ ବିଜୟ ମିଳିବ ନାହିଁ । ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ରେ ଭାରତର ରେକର୍ଡ ମଧ୍ୟ ଅନେକ ପଛରେ ରହିଛି । ପ୍ରଥମ ମ୍ୟାଚ୍କୁ ୮୦ ରନ୍ରେ ହାରିବା ପରେ ଭାରତ ଉପରେ ଅନେକ ଚାପ ମଧ୍ୟ ରହିଛି । ତେଣୁ ସବୁ ଦୃଷ୍ଟିରୁ ବିଚାର କଲେ ଭାରତ ପାଇଁ ଏହି ମ୍ୟାଚ୍ରେ ବିଜୟ ପାଇଁ ଅନେକ ପରିଶ୍ରମ ସହ ସୁଚିନ୍ତିତ ରଣନୀତୀ ଅନୁସାରେ ଖେଳିବାକୁ ପଡିବ । ପୂର୍ବ ମ୍ୟାଚ୍ରେ ଭାରତ ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ବିଫଳ ହୋଇଥିଲା । ତେଣୁ ସମସ୍ତ କ୍ଷେତ୍ରରେ ଭାରତକୁ ପରବର୍ତ୍ତି ମ୍ୟାଚ୍ରେ ସୁଧାର ଆଣିବାକୁ ପଡିବ । ସେହିପରି ଭାରତୀୟ କ୍ରିକେଟ୍ ଟିମ୍ର ନିୟମିତ ଅଧିନାୟକ ତଥା ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବେ ଦଳ ସହ ନ ଥିବାରୁ ଏହା ଭାରତ ପାଇଁ ଅନ୍ୟ ଏକ ସମସ୍ୟା ଭାବେ ଉଭା ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *