fbpx

କରୋନା ଯୁଦ୍ଧରେ ସାମିଲ ଥିବା ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): କରୋନା ଯୁଦ୍ଧରେ ସାମିଲ ରହିଥିବା ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସ କର୍ମଚାରୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଲୋକଙ୍କୁ ଘରେ ରହିବାକୁ ସେ ଅନୁରୋଧ କରିଛନ୍ତି । ଏହାସହ ଲକ୍ ଡାଉନ ଓ ସାମାଜିକ ଦୂରତ୍ୱ ନିୟମ ମାନି ଚଳିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଦେଶରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୬୭ରେ ପହଞ୍ଚିଛି । ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.