NATIONALNATIONAL NEWSNEWSTOP STORIES

କୋଲକାତା ପୋଲିସ କମିଶନରଙ୍କୁ ସିବିଆଇ ଜେରା

ଶିଲଂ, ୯।୨: ବହୁ ବାଦ ବିବାଦ ପରେ ଆଜି ସିଲଙ୍ଗଠାରେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିଛି ସିବିଆଇ । ରାଜୀବ କୁମାର ସାରଦା ମାମଲାରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। କିଛିଦିନ ତଳେ ରାଜୀବ କୁମାରଙ୍କ କୋଲକାତା ବାସଭବନରେ ସିବିଆଇ ପ୍ରବେଶକୁ ନେଇ କୋଲକାତା ପୋଲିସ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲା । ଏହି ଘଟଣାରେ ସିବିଆଇ ଟିମକୁ ଅଟକ ରଖିଥିଲା କୋଲକାତା ପୁଲିସ । ଅପରପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଚଢାଉକୁ ବିରୋଧ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ ଓ ଅନ୍ୟ ବିଚାରପତିଙ୍କ ଖଣ୍ଡପୀଠ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିପାରିବ ବୋଲି ନିର୍ଦ୍ଦେଶ ଦେବାସହ ରାଜୀବଙ୍କୁ ଗିରଫ କରିପାରିବ ନାହିଁ ବୋଲି କହିଥିଲେ । ଏହାପରେ ଶିଲଂ ରେ ଆଜି ରାଜୀବ କୁମାରଙ୍କୁ ଜେରା କରିଛି ସିବିଆଇ।

Show More

Related Articles

Leave a Reply

Your email address will not be published. Required fields are marked *

Close