fbpx

ବଡ ଖବର: କରୋନା ପାଇଁ ଟୀକା ପ୍ରସ୍ତୁତ କଲା ଭାରତ ବାୟୋଟେକ୍, ପରୀକ୍ଷା ପାଇଁ ପଠାଗଲା ଆମେରିକା

ନୂଆଦିଲ୍ଲୀ,୬ ।୪:କରୋନା ଭାଇରସ ଯୁଦ୍ଧରେ ଜିତିବା ପାଇଁ ସାରା ବିଶ୍ୱର ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ବେଳେ ବୈଜ୍ଞାନିକମାନେ ଏଥିପାଇଁ ଟୀକା ପ୍ରସ୍ତୁତ କରିବାରେ ଦିନ ରାତି ଲାଗିଛନ୍ତି । ହାଇଦ୍ରାବାଦର ଟୀକା କମ୍ପାନୀ ଭାରତ ବାୟୋଟେକ୍ କରୋନା ଭାଇରସକୁ ମାରିବା ପାଇଁ ଟୀକା ପ୍ରସ୍ତୁତ କରିଛି । ଏହି ଟୀକାକୁ ପଶୁ ପରୀକ୍ଷା ପାଇଁ ଆମେରିକା ପଠାଯାଇଛି । ୩ ରୁ ୬ ମାସ ପରୀକ୍ଷା ପରେ ଯଦି ସବୁ କିଛି ଠିକ୍ ରହିବ, ତେବେ ଏହା ମଣିଷ ଉପରେ ବ୍ୟବହୃତ ହେବ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହି ଟୀକା ବର୍ଷର ଶେଷ ସୁଦ୍ଧା ବ୍ୟବହାର ପାଇଁ ଉପଲବ୍ଧ ହେବ ।

ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହି ଟୀକାର ଅଗ୍ରଭାଗ ଡ୍ରପ୍ ଭାବେ ପ୍ରସ୍ତୁତ ହେବ । ଏହି ଟୀକାର ଗୋଟିଏ ବୁନ୍ଦା ନାକରେ ପକାଇବା ଦ୍ୱାରା ସକରାତ୍ମକ ଫଳାଫଳ ମିଳିବ । ଭାରତ ବାୟୋଟେକର ସିଏଡି ବା ବୈଜ୍ଞାନିକ କୃର୍ଷ୍ଣା ଏଲା କହିଛନ୍ତି ଯେ, କରୋନା ଭାଇରସ୍ ନାକ ଦ୍ୱାରା ଶରୀର ମଧ୍ୟକୁ ଯାଇଥାଏ ଓ ଫୁସଫୁସରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ଆକ୍ରାନ୍ତ କରିଥାଏ । ସେଥିପାଇଁ ଏହାକୁ ନାକ ଟୀକା ଭାବରେ ପ୍ରସ୍ତୁତ କରାଯାଇଛି ।ଏହି ଟୀକା ମାଧ୍ୟମରେ କରୋନାୁ ସମ୍ପୂର୍ଣ୍ଣ ରୂପେ ମାରିହେବ । ଗୋଟିଏ ବୋତଲରେ ୧୫ରୁ ୨୦ ବୁନ୍ଦା ମେଡିସିନ୍ ରଖିଥିବା ବେଳେ ପ୍ରତିବର୍ଷ ୩୦ କୋଟି ଟୀକା ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି କୃଷ୍ଣା କହିଛନ୍ତି ।

Get real time updates directly on you device, subscribe now.