NATIONALTOP STORIES

ପୁଣି ରାଜୀବଙ୍କୁ ଜେରା କଲା ସିବିଆଇ

ଶିଲଂ, ୧୦।୨: କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଜି ପୁଣି ଥରେ ଜେରା କରିଛି ସିବିଆଇ । ଶାରଦା ଦୁର୍ନୀତି ମାମଲାରେ ଗତକାଲି ଶିଲଂରେ ରାଜୀବ କୁମାରଙ୍କୁ ପଚରାଉଚରା କରିଥିଲା ସିବିଆଇ । ଆଜି ୩ଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି ଜେରା । ଏନେଇ ଦିଲ୍ଲୀରୁ ୩ ସିବିଆଇ ଅଧିକାରୀ ଆସିଥିବା ବେଳେ ରାଜୀବଙ୍କୁ ଓକିଲ ଓ ଅନ୍ୟ ଅଧିକାରୀଙ୍କୁ ଦୂରେଇ ରଖାଯାଇଛି ।

ରାଜୀବ କୁମାର ସାରଦା ମାମଲାରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା । କିଛିଦିନ ତଳେ ରାଜୀବ କୁମାରଙ୍କ କୋଲକାତା ବାସଭବନରେ ସିବିଆଇ ପ୍ରବେଶକୁ ନେଇ କୋଲକାତା ପୋଲିସ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲା । ଏହି ଘଟଣାରେ ସିବିଆଇ ଟିମକୁ ଅଟକ ରଖିଥିଲା କୋଲକାତା ପୋଲିସ । ଅପରପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଚଢାଉକୁ ବିରୋଧ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ ଓ ଅନ୍ୟ ବିଚାରପତିଙ୍କ ଖଣ୍ଡପୀଠ ସିବିଆଇ ରାଜୀବ କୁମାରଙ୍କୁ ପଚରାଉଚରା କରିପାରିବ ବୋଲି ନିର୍ଦ୍ଦେଶ ଦେବାସହ ରାଜୀବଙ୍କୁ ଗିରଫ କରିପାରିବ ନାହିଁ ବୋଲି କହିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *