fbpx

ରାଜ୍ୟର ୪କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ୧୩୫୦ ଆକ୍ରାନ୍ତ

ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମ୍ କୋଭିଡ଼-୧୯ହସ୍ପିଟାଲକୁ ଉଦଘାଟନ କରିଛନ୍ତି । କୋଭିଡ଼-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଏହି ହସ୍ପିଟାଲ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଏହି ହସ୍ପିଟାଲଗୁଡ଼ିକର ସ୍ଥାପନା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବାରୁ ତାହାକୁ ସବୁ ମହଲରେ ପ୍ରଶଂସା ମଧ୍ୟ କରାଯାଉଛି । ଏହାସହ ରାଜ୍ୟର ଚାରୋଟି କୋଭିଡ଼-୧୯ ହସ୍ପିଟାଲ ଗୁଡ଼ିକରେ ଏବେ ୧୩୫୦ଟି ବେଡ଼୍ ପ୍ରସ୍ତୁତ ରହିଛି । ଅର୍ଥାତ ଏହି ହସ୍ପିଟାଲ ଗୁଡ଼ିକରେ ଏବେ ୧୩୫୦ଜଣ କରୋନା ଆକ୍ରାନ୍ତଙ୍କୁ ସଫଳ ଚିକିତ୍ସା ସୁବିଧା ଯୋଗାଇ ହେବ । କିମ୍ସ କୋଭିଡ଼-୧୯ ହସ୍ପିଟାଲରେ ୫୦୦ଟି ବେଡ଼୍ ପ୍ରସ୍ତୁତ ଥିବା ବେଳେ ଏଥିରେ ୧୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିପରି କଟକ ସ୍ଥିତ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ୧୫୦ଟି ବେଡ଼୍ ଥିବା ବେଳେ ୧୯ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ରାଜ୍ୟର ତୃତୀୟ କୋଭିଡ଼ ହସ୍ପିଟାଲକୁ ସମ୍ ପ୍ରତିଷ୍ଠା କରିଥିବା ବେଳେ ଏଥି ପାଇଁ ଏମସିଏଲ ସହାୟତା ଯୋଗାଇ ଦେଇଛି । ସେହିପରି ରାଉରକେଲାଠାରେ ହାଇଟେକ କୋଭିଡ଼ ହସ୍ପିଟାଲରେ ୨୦୦ଟି ବେଡ଼୍ ପ୍ରସ୍ତୁତ ରଖାଯାଇଛି ।

Get real time updates directly on you device, subscribe now.