NATIONALTOP STORIES

ୟୁପି ଓ ଉତ୍ତରାଖଣ୍ଡରେ ମଦର ତାଣ୍ଡବ, ମୁତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

ଉତ୍ତରପ୍ରଦେଶ,୧୦।୨: ୟୁପି ବା ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଦର ଭୟଙ୍କର ତାଣ୍ଡବ । ବିଷାକ୍ତ ମଦ ପିଇ ୧୦୦ରୁ ଉର୍ଦ୍ଧ ଲୋକଙ୍କର ମୁତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ଅବସ୍ଥାରେ । ଏହି ୨ ରାଜ୍ୟରେ ମଦ ମୁତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଉତ୍ତର ପ୍ରଦେଶରେ ୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ହରିଦ୍ବାରରେ ୩୧ଜଣଙ୍କର ମୁତ୍ୟୁ ହୋଇଥିବାର ସୂଚନା ମିଳିଛି । ବିଷାକ୍ତ ମଦ ଯୋଗୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିଯାଉଥିବାରୁ ଲୋକଙ୍କ ମନରେ ଭୟର ସୃଷ୍ଟି ହୋଇଛି ।
ବେଆଇନ ମଦ ବିରୋଧରେ ତଦନ୍ତ କରିବା ସହିତ ମଦ ବିକୁଥିବା ଓ ମଦ ତିଆରି ହେଉଥିବା ସ୍ଥାନରେ ଚଢ଼ାଉ କରିଛି ପୋଲିସ । ପୋଲିସଙ୍କ କହିବା ଅନୁସାରେ, ୨୯୭ ମାମଲା ରୁଜୁ କରି ୧୭୫ଜଣଙ୍କୁ ଗିରଫ କରାଯାଇଛି । ଏହି ବଡ ଅବହେଳା ପାଇଁ ଏଏସପି ଦିନେଶ କୁମାର ଥାନା ପ୍ରଭାରୀ ସହିତ ୧୦ ପୋଲିସକର୍ମୀ ଓ ଅବକାରୀ ବିଭାଗର ୩ ଇନ୍ସପେକ୍ଟର ଏବଂ ୨ କନେଷ୍ଟବଳଙ୍କୁ ନିଲମ୍ବନ କରିଦିଆଯାଇଛି ।

ଅପରପକ୍ଷରେ, ମଦମୁତ୍ୟୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହ ଗୁରୁତରଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close