ENTERTAINMENTTOP STORIES

ପରଲୋକରେ ଲୋକପ୍ରିୟ ଅଭିନେତା ମହେଶ ଆନନ୍ଦ

ମୁମ୍ବାଇ, ୧୦।୨: ବଲିଉଡ ଜଗତର ଲୋକପ୍ରିୟତା ହାସଲ କରିଥିବା ଅଭିନେତା ମହେଶ୍‌ ଆନନ୍ଦଙ୍କ ୫୭ ବର୍ଷ ପରଲୋକ ହୋଇଯାଇଛି । ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ୮୦ ଓ ୯୦ ଦଶକରେ ସେ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରିଥିଲେ ।

କରୁକ୍ଷେତ୍ର, କୁଲି ନଂ୧, ସ୍ୱର୍ଗ, ବିଜେତା ଓ ସେହେନ୍‌ସାହ ଭଳି ଅନେକ ହିଟ୍‌ ଫିଲ୍ମରେ କାମ କରିଥିବା ମହେଶ୍‌ ସେ ସଞ୍ଜୟ ଦତ୍ତ, ଗୋବିନ୍ଦା, ଅମିତାଭ୍‌ ବଚ୍ଚନ, ସନ୍ନି ଦେଓଲ ଓ ଧର୍ମେନ୍ଦ୍ର ଭଳି କଳାକାରଙ୍କ ସହ କାମ କରି ସାରିଛନ୍ତି । ‘ରଙ୍ଗିଲା ରାଜା’ ସିନେମାଟି ତାଙ୍କର ଶେଷ ସିନେମା, ଯେଉଁଥିରେ ମହେଶ ଗୋବିନ୍ଦଙ୍କ ସହ ଅଭିନୟ କରିଥିଲେ । କଳାକାରରେ ନିପୁଣ ଥିବା ମହେଶଙ୍କୁ ହରାଇଥିବାରୁ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *