SPORTSTOP STORIES

୪ ରନ୍‌ରେ ହାରିଲା ଭାରତ

ହାମିଲଟନ,୧୦।୨: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ବହୁ ସଂଘର୍ଷ ପରେ ମଧ୍ୟ ମାତ୍ର ୪ ରନ୍‌ରେ ପରାଜୟ ହୋଇଛି ଭାରତ । ହାମିଲଟନରେ ଖେଳାଯାଇଥିବା ଶେଷ ମ୍ୟାଚରେ ୨-୧ରେ ସିରିଜ ହାରିଲା ଟିମ୍ ଇଣ୍ଡିଆ । ଆଜିର ଏହି ଶେଷ ଟି-୨୦ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଟିମ ୨୦ ଓଭରରେ ୪ ଉଇକେଟ ହରାଇ ୨୧୨ ରନ୍‌ କରିଥିବା ବେଳେ ୨୧୩ ରନ୍‌ର ବିରାଟ ଟାର୍ଗେଟ ପିଛା କରୁଥିବା ଭାରତୀୟ ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ କରି ୬ ଉଇକେଟ ହରାଇ ୨୦୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୨ଟି ୱିକେଟ ହାତେଇଥିଲେ ।

ଅଧିନାୟକ ରୋହିତ ଶର୍ମା ୩୮, ବିଜୟ ଶଙ୍କର ୪୩, ରିଷଭ ପନ୍ତ ୨୮, ହାର୍ଦ୍ଦିକ ପାଣ୍ଡ୍ୟା ୨୧, ଦୀନେଶ କାର୍ତ୍ତିକ ୩୩ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ୨୬ ରନ୍‌ର ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରି ନ ଥିଲେ । ମ୍ୟାଚ ସାଙ୍ଗକୁ ସିରିଜରୁ ବି ୨-୧ରେ ହାରିଲା ଭାରତ ।

Show More

Related Articles

Leave a Reply

Your email address will not be published. Required fields are marked *

Close