ODISHATOP STORIES

ଅନୁଗୁଳ ଜିଲ୍ଲାରେ ମରି ପଡୁଛନ୍ତି ଶତାଧିକ କାଉ, ବାର୍ଡ ଫ୍ଲୁ ଆଶଙ୍କା

ଅନୁଗୁଳ,୧୧ ।୨(ଓଡିଶା ଭାସ୍କର): ବିଗତ ୫ ଦିନ ଭିତରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ୨ ଶହରୁ ଉର୍ଦ୍ଧ କାଉ ମରିଥିବାର ସୂଚନା ମିଳିଛି । ଖବର ପାଇଁ ପ୍ରାଣୀବିଭାଗର ପକ୍ଷରୁ ଏକ ଡାକ୍ତରୀ ଟିମ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହିତ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଛନ୍ତି । ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ କାଉମାନେ ମରିଥିବା କଥା ସ୍ଥାନୀୟ ଲୋକମାନେ କହୁଥିବା ବେଳେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ । ତେବେ ମରିଯାଇଥିବା ସମସ୍ତ କାଉମାନଙ୍କୁ ଏକାଠି କରି ପୋଡି ଦିଆଯାଇଛି । ଏଭଳି ଘଟଣା ପ୍ରଚାର ହେବ ପରେ ସ୍ଥାନୀୟ ଲୋକମାନଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *