FeaturedTOP STORIES

ଅନ୍ତିମ ସଂସ୍କାର ପରେ ଅସ୍ଥି ବିସର୍ଜନ କରାଯାଏ କାହିଁକି?

ହିନ୍ଦୁ ଶାସ୍ତ୍ର ଅନୁସାରେ ଅନ୍ତିମ ସଂସ୍କାର ପରେ ମୃତ ବ୍ୟକ୍ତିର ଅସ୍ଥିକୁ ପବିତ୍ର ନଦୀ ଜଳରେ ବିସର୍ଜନ କରିଦିଆଯାଏ । ସନାତନ ଧର୍ମରେ କୁହାଯାଇଛି ଯେ ମୃତ୍ୟୁପରେ ଆତ୍ମାର ଶାନ୍ତି ପାଇଁ ପବିତ୍ର ନଦୀରେ ଅସ୍ଥି ବିସର୍ଜନ କରାଯିବା ଆବଶ୍ୟକ । ଏହାଦ୍ୱାରା ବ୍ୟକ୍ତିର ପାପ ମୋଚନ ହୋଇ ମୋକ୍ଷ ଲାଭ କରେ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅସ୍ଥି ବିସର୍ଜନ ଦ୍ୱାରା ଆତ୍ମା ମୃତ୍ୟୁ ପରବର୍ତ୍ତୀ ଜୀବନରେ ପରମାତ୍ମାଙ୍କ ସହିତ ମିଳିତ ହୋଇଥାଏ । ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିଲେ ନଦୀ ଜଳରେ ପାରଦ ବା ମରକ୍ୟୁରୀ ରହିଥାଏ ଫଳରେ ଏହା ମଧ୍ୟରେ ଅସ୍ଥି ବିସର୍ଜନ କରିବା ଦ୍ୱାରା ଏଥିରେ ଥିବା କ୍ୟାଲସିୟମ୍ ଓ ଫସ୍ଫରସ୍ ସହଜରେ ପାଣିରେ ମିଶିଯାଇଥାଏ । ଏହା ଜଳଚର ଜୀବଙ୍କ ଖାଦ୍ୟରେ ପରିଣତ ହୋଇଥାଏ । ସେହିପରି ଅସ୍ଥିରେ ରହିଥିବା କ୍ୟାଲସିୟମ୍ ନଦୀ ଜଳକୁ ନିର୍ମଳ ରଖେ । ସୁସ୍ଥ ଜୀବନଚର୍ଯ୍ୟା ଓ ପରିବେଶ ସୁରକ୍ଷା ପାଇଁ ଏଭଳି ପରମ୍ପରା ମଣିଷ ସଭ୍ୟତା କାଳରୁ ରହିଆସିଛି ।

Show More

Related Articles

Leave a Reply

Your email address will not be published. Required fields are marked *