CRIMEODISHATOP STORIES

ଆଇପିଏସ ଅଧିକାରୀଙ୍କ ମା’ଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇ ଦୁର୍ବୃତ୍ତ ଫେରାର

ଢେଙ୍କାନାଳ, (ଓଡ଼ିଶା ଭାସ୍କର): ଢେଙ୍କାନାଳ ସହରର ଜନଗହଳିପୂର୍ଣ୍ଣ ଛକରୁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ମା’ଙ୍କ ବେକରୁ ସୁନାଚେନ ଲୁଟ କରି ଦୁବୃତ୍ତ ମାନେ ଫେରାର ହୋଇଯାଇଛନ୍ତି । ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜିବ କୁମାର ପଣ୍ଡାଙ୍କ ମା’ ଜାମିନଲତା ପଣ୍ଡା ସୋମବାର ସଂନ୍ଧ୍ୟା ସମୟରେ କଣ୍ଟାନାଳୀ ଛକସ୍ଥିତ ବାସଭବନ ନିକଟରେ ଛିଡା ହୋଇଥିବା ବେଳେ ବାଇକରେ ଆସି ଦୁବୃତ୍ତମାନେ ତାଙ୍କ ବେକରୁ ସୁନାଚେନ ଲୁଟି ନେଇଥିବାର ଅଭିଯୋଗ ହୋଇଛି ।
ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ଏଥର ପୁଲିସ ବଡ଼ ବାବୁଙ୍କ ମା’ଙ୍କଠାରୁ ଲୁଟ୍ । ଖବର ଏବେ ଚାରିଆଡ଼େ ଚହଳ ପକାଇଛି । ଅଭିଯୋଗ ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରଖିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close