NATIONALNATIONAL NEWSNEWSTOP STORIES

ହୋଟେଲ୍ ରେ ଭୟାବହ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୨।୨: ନୂଆଦିଲ୍ଲୀର କରୋଲବାଗ୍ ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ହୋଟେଲ୍ ରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି।ଏହି ହୋଟେଲ୍ ରେ ଅଗ୍ନିକାଣ୍ଡ ଫଳରେ ୧୭ ଜଣା ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। କରୋଳବାଗ୍ ଅଞ୍ଚଳରେ ଥିବା ହୋଟେଲ୍ ଅର୍ପିତ ପ୍ୟାଲେସ୍ ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଉଦ୍ଧାରକାରୀ ଦଳ ୩୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇ ଛନ୍ତି। ଅଗ୍ନିକାଣ୍ଡ କୁ ଆୟତ୍ତ କରିବା କାର୍ଯ୍ୟରେ ୨୪ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି। ଭୋର ସମୟରେ ହୋଟେଲ୍ ର ଉପର ମହଲାରେ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ମହଲାକୁ ବ୍ୟାପିଥିଲା । ହୋଟେଲରେ ନିଆଁ ଲାଗିବା ସୂଚନା ମିଳିବା ପରେ ଫାୟାର ବିଗ୍ରେଡ ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବଢ଼ି ପରେ ବୋଲି ଅନୁମାନ କରାଯାଉଛି । ଏହାସହ ୩୫ରୁ ଅଧିକ ଆହତ ହୋଇଛନ୍ତି । ଶ୍ୱାସରୁଦ୍ଧ ହୋଇ ଅନେକଙ୍କ ଜୀବନହାନୀ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ, ଦମକଳ ବାହିନୀ, ସ୍ୱୟଂ ସେବୀ ସଂସ୍ଥାର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି । ସେହିଭଳି ଉଦ୍ଧାର ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ଜରିଆରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ି ନାହିଁ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close