ODISHATOP STORIES

ପୁରୀ ଗଜପତିଙ୍କ ମାସିକ ଭତ୍ତା ୧ଲକ୍ଷ ଟଙ୍କା ହେବ

ପୁରୀ, ୧୨ା୨(ଓଡ଼ିଶା ଭାସ୍କର): ପୁରୀେରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାସିକ ଭତ୍ତା ୧ଲକ୍ଷ ଟଙ୍କା ହେବାକୁୂ ଯାଉଛି । ଏବେ ତାଙ୍କୁ ଅଧ୍ୟକ୍ଷ ଭାବେ ମାସିକ ୩୦ହଜାର ଟଙ୍କା ମିଳୁଛି । କିନ୍ତୁ ପାଟ୍ଟଯୋଶୀଙ୍କୁ ମାସିକ ୬୫ହଜାର ଟଙ୍କା ମିଳୁଛି । ତେଣୁ ଆଦ୍ୟ ସେବକ ଦିବ୍ୟସିଂହ ଦେବ ସ୍ଥାୟୀ ଅଧ୍ୟକ୍ଷ ଥିବାରୁ ତାଙ୍କର ମାସିକ ଭତ୍ତା ୧ଲକ୍ଷ ଟଙ୍କା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ବିଭାଗ ସୁପାରିଶ କରିଥିଲା । ଏବଂ ପରିଚାଳନା କମିଟି ସେହି ସୁପାରିଶକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗର ଅନୁମୋଦନ ପାଇଁ ପଠାଯାଇଛି । ଏଥିରେ ସରକାରଙ୍କ ମୋହର ବାଜିଲା ପରେ ଦିବ୍ୟସିଂହ ଦେବଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ମିଳିବ ।

Show More

Related Articles

Leave a Reply

Your email address will not be published. Required fields are marked *

Close