fbpx

ସଫେଇକର୍ମୀଙ୍କୁ ନୋଟର ମାଳା ପିନ୍ଧାଇ କଲେ ସମ୍ମାନ

ଭାରତରେ ଏବେ କରୋନା ଭାଇରସର ସଙ୍କଟ ଚାଲିଛି । ୨୧ ଦିନିଆ ଲକ୍-ଡାଉନରେ ଭାଇରସକୁ ହରାଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦିଆଯାଇଛି । କିନ୍ତୁ ଏହାରି ମଧ୍ୟରେ କିଛି ଲୋକ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସଫେଇକର୍ମୀ, ଯାହାଙ୍କ ଉପରେ ସଫା କରିବାର ଦାୟିତ୍ୱ ରହିଛି । ଏହି କାମକୁ ଦେଖି ଆନ୍ଧ୍ରପ୍ରଦେଶରେ ଜଣେ ବ୍ୟକ୍ତି ସଫେଇକର୍ମୀଙ୍କୁ ନୋଟର ମାଳା ପିନ୍ଧାଇ ସମ୍ମାନ କରିଛନ୍ତି ।

ତେବେ ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାରେ ସଫେଇକର୍ମୀ ଅଳିଆ ନେବା ପାଇଁ ଯାଇଥିବା ବେଳେ ସେଠାରେ ରହୁଥିବା ବାସିନ୍ଦା ତାଙ୍କୁ ସମ୍ମାନ କରିଥିଲେ । ସ୍ଥାନୀୟ ବାସିନ୍ଦା ନୋଟର ମାଳା ପିନ୍ଧାଇବା ସହ ଶାଲ୍ ଓ କିଛି ରାସନ ସାମଗ୍ରୀ ମଧ୍ୟ ଦେଇଥିଲେ । ଏହି ସମୟରେ ଘରର ବାଲକୋନିରୁ ଅନ୍ୟ ଲୋକମାନେ କରତାଳି ଦେଇ ସ୍ୱାଗତ କରିଥିବାର ନଜର ଆସିଥିଲେ ।

Get real time updates directly on you device, subscribe now.