ODISHATOP STORIES

୧୫ରେ ଭୂମିହୀନ ଚାଷୀଙ୍କୁ, ୨୨ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ଆସନ୍ତା ୧୫ରେ ଭୂମିହୀନ ଚାଷୀଙ୍କୁ ମିଳିବ ଟଙ୍କା । ଏଥିରେ ସାଢ଼େ ୪ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ହଜାର ଟଙ୍କା ମିଳିବ । ଆସନ୍ତା ୨୨ରେ ୧୪ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ମିଳିବ ସହାୟତା । କାଳିଆ ଯୋଜନା କମିଟି ବୈଠକ ପରେ କୃଷି ସଚିବ ଏହି ସୂଚନା ଦେଇଛନ୍ତି । ସେହିପରି ୨୨ ତାରିଖରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯିବ । ୧୩ରୁ ୧୪ ଲକ୍ଷ ଚାଷୀ ଏଥିରେ ଉପକୃତ ହେବେ । ପ୍ରଥମେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ମିଳିବ । ସମୀକ୍ଷା ପରେ କୃଷି ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚିସାରିଛି । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଭୂମୀହିନ, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ କାଳିଆ ଯୋଜନାରୁ ଉପକୃତ ହୋଇଛନ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ପାଖରେ ୫ ହଜାର ଟଙ୍କା ପହଞ୍ଚିସାରିଛି । ତେବେ କାଳିଆ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତ କାର୍ଯ୍ୟାଳୟରେ ପ୍ରକାଶ ପାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close