ODISHATOP STORIES

ବାସି ଖାଦ୍ୟ ଖାଇ ଚାଲିଗଲା ଛାତ୍ରୀଙ୍କ ଜୀବନ

ବାଲେଶ୍ୱର,୧୨ ।୨(ଓଡିଶା ଭାସ୍କର): ବାସି ଖାଦ୍ୟ ଖାଇ ଚାଲିଗଲା ଜଣେ ଛାତ୍ରୀଙ୍କର ଅମୂଲ୍ୟ ଜୀବନ । ବାଲେଶ୍ୱର ଭୋଗରାଇ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଛାତ୍ରୀ ନିବାସରେ ବିଷାକ୍ତ ବାସି ଖାଦ୍ୟ ଖାଇ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାରେ ମୃତ୍ୟୁ ବରଣ କରିଥିବା ଛାତ୍ରୀ ଜଣକ ହେଉଛନ୍ତି ଜଳେଶ୍ୱର ହାତୀଗଡ ଅଞ୍ଚଳର ଝୁମୁରି ହାଂସଦା । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close