BUSINESSTOP STORIES

ଡିମାଣ୍ଡ କମିଲା, ଖସିଲା ସୁନା ଦର

ନୂଆଦିଲ୍ଲୀ : ମଙ୍ଗଳବାରର କାରବାରରେ ସୁନା ଦର କମ୍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ମଙ୍ଗଳବାର ସୁନା ଦର ୧୪୫ ଟଙ୍କା କମିବା ସହ ୧୦ ଗ୍ରାମ ପିଛା ୩୪,୦୮୦ ଟଙ୍କାରେ ପହଞ୍ଚିଛି । ଅଲ୍ ଇଣ୍ଡିଆ ସରଫା ଆସୋସିଏସନ୍ର ସୂଚନା ଅନୁସାରେ ସ୍ଥାନୀୟ ବ୍ୟବସାୟୀଙ୍କ ଡିମାଣ୍ଡ କମିବା ଯୋଗୁଁ ସୁନା ଦର କମିଛି । ବିଶ୍ୱ ବଜାରରେ ସୁନାର ଚାହିଦା ହ୍ରାସ ମଧ୍ୟ ଏହା ଉପରେ ପ୍ରଭାବ ପକାଇଛି ବୋଲି ସେ କହିଛନ୍ତି । କେବଳ ସୁନା ନୁହେଁ, ରୂପା ଦର ମଧ୍ୟ ମଙ୍ଗଳବାର ହ୍ରାସ ପାଇଛି । ରୂପା ମୂଲ୍ୟ କିଲୋଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ପାଇ ୪୧ହଜାର ଟଙ୍କାରେ ପହଞ୍ଚି ଯାଇଛି । ବିଶ୍ୱ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇଛି । ନ୍ୟୁୟର୍କରେ ସୁନା ଦର ୦.୦୧ ପ୍ରତିଶତ ହ୍ରାସ ପାଇଁ ଆଉନ୍ସ ପିଛା ୧୩୦୮.୭୦ ଡ଼ଲାରରେ ପହଞ୍ଚିଛି । ସେହିପରି ସେଠାରେ ରୂପା ମୂଲ୍ୟ ୦.୧୩ ପ୍ରତିଶତ ବୃଦ୍ଧି ସହ ଆଉନ୍ସ ପିଛା ୧୫.୮୦ ଡଲାରରେ ପହଞ୍ଚି ଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ୧୪୫ ଟଙ୍କା ତଳକୁ ଖସି ୧୦ ଗ୍ରାମ ପିଛା କମଶଃ ୦୪,୦୮୦ ଏବଂ ୩୩,୯୩୦ ଟଙ୍କାରେ ପହଞ୍ଚିଛି ।

Show More

Related Articles

Leave a Reply

Your email address will not be published. Required fields are marked *