FeaturedTOP STORIES

ଶିବମନ୍ଦିରରେ ଚଢାଯାଏ ସିଗାରେଟ୍

ଦେବ ଦେବ ମହାଦେବଙ୍କୁ ଆମେମାନେ ଗଞ୍ଜଡ଼ ବୋଲି ଜାଣୁ, କାରଣ ସେ ଗଞ୍ଜେଇ ଟାଣିଥାନ୍ତି, କିନ୍ତୁ ଜାଣନ୍ତିକି ଶିବ ଭଗାବନ ମଧ୍ୟ ସିଗାରେଟ ପାନ କରନ୍ତି । କେବଳ ସିଗାରେଟ୍ ଚଢାଯାଏ ତାହାନୁହେଁ ସିଗାରେଟ୍ ଧୂଆଁବି ତାଙ୍କ ସ୍ଥାନରେ ଉଡ଼ାଯାଏ । ଏଭଳି ଘଟଣା ଦେଖିବାକୁ ମିଳେ ହିମାଚଳ ପ୍ରଦେଶର ଅର୍କି ସୋଲନ୍ ଜିଲ୍ଲାରେ ଥିବା ଲୁଟୁରୁ ମହାଦେବ ମନ୍ଦିରରେ । ଭୋଳାନାଥଙ୍କର ଏହି ମନ୍ଦିରର ବିଶେଷତ୍ୱ ହେଲାଯେ ଏଠାକୁ ଦର୍ଶନ ପାଇଁ ଆସୁଥିବା ସବୁ ଭକ୍ତ ଶିବଲିଙ୍ଗ ଭାବେ ବିରାଜମାନ ଭୋଳାବାବାଙ୍କୁ ସିଗରେଟ୍ ଦିଅନ୍ତି । ଭଗବାନ ଶିବ ଏଠାକୁ ଆସୁଥିବା ଭକ୍ତଙ୍କୁ କେବେବି ନିରାଶ କରନ୍ତିନି । ପରନ୍ତୁ ତାଙ୍କ ଦ୍ୱାରା ଦିଆ ହୋଇଥିବା ସିଗରେଟ୍କୁ ପାନ ବି କରନ୍ତି । ଆପେ ଆପେ ସିଗାରେଟ୍ରେ ନିଆଁ ଲାଗିଥାଏ, ଯାହାକି କୌଣସି ଚମକଦାରଠୁ କମ ୍ନୁହେଁ । ଏଠାକୁ ଦେଖି ଲାଗେ ସତେ ଯେମିତି ସ୍ୱୟଂ ଭଗବାନ ଭୋଳାନାଥ ସିଗରେଟ୍ ପାନ କରୁଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *