fbpx

ତାଲାବନ୍ଦର ମୁଖ୍ୟ ଲକ୍ଷ୍ୟ ଥିଲା ସଂକ୍ରମଣର ଚେନକୁ ଭାଙ୍ଗିବା

ଭୁବନେଶ୍ୱର, ୮ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ତାଲାବନ୍ଦର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ସଂକ୍ରମଣର ଚେନକୁ ଭାଙ୍ଗିବା । କରୋନାରୁ ସୁରକ୍ଷିତ ରହିବାକୁ ସରକାର ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାମାଜିକ ଦୂରତ୍ୱ କଥା ବାରମ୍ବାର କୁହାଯାଇ ଆସୁଛି । ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବା ଉପରେ ଗରୁତ୍ୱ ଦିଆଯାଉଛି । କରୋନାରୁ ସୁରକ୍ଷିତ ରହିବାକୁ ସରକାର ବିଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେମିତିକି ସାମାଜିକ ଦୂରତ୍ୱ, ହାତଧୋଇବା, ସଙ୍ଗରୋଧ ନିହାତି ଜରୁରୀ ବୋଲି ସେ କହିଛନ୍ତି । ଏହାସହ ୩୧ଲକ୍ଷ ୯୦ହଜାର ୩୫୨ ପରିବାରକୁ ରାସନ ଦିଆଯାଇସାରିଛି ।
ଏହାସହ ବାହାରକୁ ବାହାରିଲେ ମାସ୍କ ଅତ୍ୟନ୍ତ ଆବଶ୍ୟକ ଏବଂ ଏହା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନଥିଲେ ଗାମୁଛା ବା ଶାଢ଼ୀରେ ମୁହଁ ନାକ ଘୋଡ଼ାଇ ବାହାରିବେ । ଆଜି ସୁଦ୍ଧା ବିଶ୍ୱରେ ୧୪ଲକ୍ଷ ୪୨ହଜାର ଅଧିକ ଆକ୍ରାନ୍ତ ରହିଛନ୍ତି । ବିଶ୍ୱରେ ୮୨ହଜାର ୪୧୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଆମରେିକା, ସ୍ପେନ,ଇଟାଲି, ଜର୍ମାନୀ ଓ ଫ୍ରାନ୍ସ ସବୁଠୁ ଅଧିକ କରୋନାରେ ପ୍ରଭାବିତ ହୋଇଛି । ଭାରତ ଏବେ ବିଶ୍ୱରେ ୨୪ତମ ପ୍ରଭାବିତ ସ୍ଥାନରେ ରହିଛି ।

Get real time updates directly on you device, subscribe now.