fbpx

ଓମଫେଡ଼ ବୁଥକୁ ଯାଇଥିଲେ ଯାଆନ୍ତୁ କ୍ୱାରେଣ୍ଟାଇନ

ଭୁବନେଶ୍ୱର, ୮ା୪(ଓଡ଼ିଶା ଭାସ୍କର): ସତ୍ୟନଗର କରୋନା ଆକ୍ରାନ୍ତଙ୍କୁ ନେଇ ଏକ ବଡ଼ ସୂଚନା ଦେଇଛି ବିଏମସି । ସତ୍ୟନଗର ଆକ୍ରାନ୍ତ ବାରମ୍ବାର ଏକ ନିର୍ଦ୍ଧିଷ୍ଟ ଓମଫେଡ଼ ବୁଥକୁ ଯାଉଥିଲେ । ସେ ସତ୍ୟନଗର ତୋଷାଳି ଭବନ ସାମ୍ନାରେ ଥିବା ଓମଫେଡ଼ ବୁଥକୁ ଯାଉଥିଲେ ।
ତେଣୁ ଗତ ୧୪ଦିନ ଭିତରେ ଯଦି ଏହିି ସ୍ଥାନକୁ କୌଣସି ବ୍ୟକ୍ତି ଯାଇଥାଆନ୍ତି ତେବେ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ନଚେତ୍ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ବିଏମସି । କୌଣସି ଲକ୍ଷଣ ଦେଖାଗଲେ ୧୦୪କୁ ଫୋନ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.