fbpx

୯ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଶେଷ ହୋଇଛି । ପ୍ରଥମ ଥର ପାଇଁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଭିଡ଼ିଓ କନଫରେନ୍ସିଂରେ ବୈଠକ ହୋଇଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହାସହ ୯ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଥିବା ନେଇ ସୂଚନା ମିଳିଛି ।

କରୋନା ମୁକାବିଲା ପାଇଁ ଭବିଷ୍ୟତ ରଣନୀତି ନେଇ ପ୍ରସ୍ତାବ ପାରିତ ହୋଇଛି । ଜରୁରୀକାଳୀନ ପାଣ୍ଠି ଆଇନରେ ସଂଶୋଧନ ପାଇଁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି । ସେହିପରି କୋଭିଡ଼-୧୯ ନିୟମାବଳୀ ୨୦୨୦ରେୁ ସଂଶୋଧନ ପାଇଁ ପ୍ରସ୍ତାବ ରଖାଯାଇଥିବା ବେଳେ ପରୀକ୍ଷା କିଟ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ରବିଭାଗର ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମହାମାରୀ ଆଇନରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ପାରିତ ହୋଇଛି ।

Get real time updates directly on you device, subscribe now.