fbpx

ଢ଼େଙ୍କାନାଳରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ନିଜାମୁଦ୍ଦିନ ଲିଙ୍କ୍

ଢ଼େଙ୍କାନାଳ, ୯ା୪(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ଆକ୍ରାନ୍ତଙ୍କ ନିଜାମୁଦ୍ଦିନ ଲିଙ୍କ ଥିବା ନେଇ ସୂଚନା ମିଳିଛି । ଗତ କିଛି ସମୟ ଜଳେ ଢ଼େଙ୍କାନାଳରେ ଜଣେ ୫୧ବର୍ଷିୟା ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନିଜାମୁଦ୍ଦିନ ଲିଙ୍କରେ କ୍ୱାରେଣ୍ଟାଇନରେ ସମ୍ପୃକ୍ତ ମହିଳା ଥିଲେ । ଅବସ୍ଥା ଗୁରୁତର ହୋଇଯିବାରୁ ଆକ୍ରାନ୍ତ ମହିଳାଙ୍କୁ କଟକର ଅଶ୍ୱିନୀ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି ।
ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରାଯାଉଛି । କିଛି ନିଜାମୁଦ୍ଦିନ ଫେରନ୍ତା ଲୋକଙ୍କ ସଂସ୍ପର୍ଶରେ ୧୫ଜଣ ଆସିଥିଲେ । ଏହି ୧୫ଜଣଙ୍କ ମଧ୍ୟରୁ ମହିଳାଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଛି । ଢ଼େଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.