FeaturedTOP STORIES

ଛୁରୀରେ କରାଯାଏ ମାଲିସ: ତାଇୱାନ

କୁହାଯାଏ ବଡ଼ି ମସାଜ କଲେ ଲୋକଙ୍କର ଶରୀରର ପୀଡ଼ା କମ ହୋଇଥାଏ । ତେଣୁ ଏପର୍ଯ୍ୟନ୍ତ ଆମେ ତେଲ, କ୍ରିମ, କାକୁଡ଼ି ଓ ଲାଉ ଆଦିରେ ମସାଜ କରାଯିବାର ଆମେ ଶୁଣିଛୁ । କିନ୍ତୁ ତାଇୱାନଠାରେ ମସାଜ କରାଯିବା ପାଇଁ ଏକ ନିଆରା ତାରିକା ଆପଣାଯାଏ । ଖବର ଅନୁସାରେ ଏଠାରେ ଗଣ୍ଡାସେ(ବଡ଼ ଛୁରୀ)ରେ ମସାଜ କରାଯାଏ । ତାଇୱାନର ରାଜଧାନୀ ତାଇପେର ଅନେକ ସ୍ଥାନରେ ବଡ଼ଛୁରୀ ଦ୍ୱାରା ମସାଜ କରାଯାଉଥିବାର ଦେଖିବାକୁ ମିଳେ । କୁହାଯାଏକି ପ୍ରଥମେ ଏଠାରେ ଗଣ୍ଡାସେକୁ କେମିକାଲ୍ସରେ ଭଲ ଭାବେ ସଫା କରାଯାଏ । ଏହାପରେ ଏହାକୁ ଶରୀରର ବିଭିନ୍ନ ଭାଗରେ ହାଲକା ପ୍ରହାର କରାଯାଏ । ପ୍ରହାର କଲାବେଳେ ଶରୀରର ସେହି ଭାଗକୁ କପଡ଼ାରେ ଢ଼ାଙ୍କି ଦିଆଯାଏ । ବହୁ ପ୍ରାଚୀନ କାଳରୁ ଗଣ୍ଡାସେ ମାଲିସ ସେଠାରେ ଚାଲିଆସୁଥିବା ବେଳେ ଏବେ ଏହି ପ୍ରଚଳନ ଅଧିକ ଲୋକପ୍ରିୟତା ଲାଭ କରିଛି । ତାଇୱାନରେ ୨୫୦୦ବର୍ଷ ହେଲାଣି ଏହି ଗଣ୍ଡାସେ ମସାଜ ପରମ୍ପରା ରହିଥିବା କୁହାଯାଏ । ଶୁଣି ଚକିତ ହେବେ ଯେ ଚେହେରା ମସାଜ ବି ଗଣ୍ଡାସେରେ କରାଯାଏ । ଏଠାରେ ସ୍ପେଶାଲ ଥେରାପି ପାଇଁ ସାଧାରଣ କିଚେନ ଛୁରୀକୁ ବ୍ୟବହାର କରାଯାଏନି । ସେମାନେ ଯେଉଁ ଛୁରୀକୁ ବ୍ୟବହାର କରନ୍ତି ତାକୁ ପ୍ରଥମେ ସ୍ପେଶାଲ ମସାଜ ପାଇଁ ପ୍ରସ୍ତୁତ କରାଯାଏ । ଏଠାକୁ ପ୍ରଥମେ ଯେଉଁମାନେ ମସାଜ ପାଇଁ ଆସନ୍ତି ପ୍ରଥମେ ଏତେବଡ଼ ତଲୱାର ଭଳି ଛୁରୀକୁ ଦେଖି ଭୟଭୀତ ହୋଇପଡ଼ନ୍ତି । କିନ୍ତୁ ମସାଜ କଲାପରେ ସେମାନଙ୍କୁ ମିଳିଥାଏ ନୂଆ ଅନୁଭବ ।

Show More

Related Articles

Leave a Reply

Your email address will not be published. Required fields are marked *

Close