fbpx

କୋଭିଡ଼-୧୯ର ପରୀକ୍ଷା ପାଇଁ ଏମକେସିଜିକୁ ଅନୁମତି

ବ୍ରହ୍ମପୁର, ୧୦ା୪(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁର ସ୍ଥିତ କୋଭିଡ଼-୧୯ର ପରୀକ୍ଷା ପାଇଁ ଏମକେସିଜିକୁ ଅନୁମତି ମିଳିଛି । ଏମକେସିଜିକୁ ଅନୁମତି ଦେଇଛି ଦିଲ୍ଲୀ ଆଇସିଏମଆର । ଦକ୍ଷିଣ ଓଡ଼ିଶାରେ କରୋନା ପରୀକ୍ଷାରେ ସହାୟକ ହେବ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ବର୍ତ୍ତମାନ ୪୮ଜଣ କରୋନା ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣ ଆକ୍ଟିଭ କେସ୍ ରହିଛି । ଏହାସହ ଜଣଙ୍କର ମୃତ୍ୟୁ ହେବା ସାଙ୍ଗକୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.