fbpx

ଦେଶରେ ୨୪ଘଣ୍ଟାରେ ୬୭୮ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଅଣାଯାଇଛି । ବିଦେଶରେ ଫସିଥିବା ଭାରତୀୟଙ୍କ ସହ ସମ୍ପର୍କରେ ଅଛୁ ।ଏହାସହ ଦୂତବାସ ଜରିଆରେ ସେମାନଙ୍କ ସହ ଯୋଗାଯୋଗରେ ଅଛୁ । ବିଦେଶରେ କିଛି ଭାରତୀୟ ଅଛନ୍ତି କେବଳ ସେମାନଙ୍କୁ ଆଣିବାକୁ ବାକି ଅଛି ।
ଏହାସହ ୨୪ଘଣ୍ଟାରେ ୬୭୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିଛନ୍ତି । ଦେଶରେ ୫୦୩ଜଣ କରୋନାରେ ଆକ୍ରାନ୍ତ ଥିବା ସୁସ୍ଥ ହୋଇଛନ୍ତି । ଦେଶରେ ବତ୍ତର୍ମାନ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୧୨କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ ୧୬ହଜାର ନମୁନା ପରୀକ୍ଷା ହୋଇଛି କିନ୍ତୁ ୧୬ହଜାର ନମୁନା ପରୀକ୍ଷାରୁ ୦.୨% ପଜିଟିଭ୍ ଆସିଛି । ୧୪୬ ସରକାରୀ ୬୭ଘରୋଇ ଲ୍ୟାବରେ ଟେଷ୍ଟିଂ ପାଇଁ ସୁବିଧା ହୋଇଛି ।

Get real time updates directly on you device, subscribe now.