NATIONALTOP STORIES

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜାଲିଆତି ଘଟଣା : ନିରବ ମୋଦିଙ୍କ ଚିଠିକୁ ନେଇ ଚର୍ଚା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଜାଲିଆତି ନିରବ ମୋଦିଙ୍କ ବ୍ୟବସାୟକୁ ବ୍ୟାପକ ପ୍ରଭାବିତ କରିଛି ବୋଲି ସେ ପିଏନବି ବ୍ୟାଙ୍କକୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି । ଏହା ସହ ସରକାରଙ୍କ ଏଭଳି ପଦକ୍ଷେପ ଦ୍ଵାରା  ନିରବ ଏଭଳି ସମୟରେ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ଅସମର୍ଥ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ନିରବ ମୋଦି ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ ପ୍ରବନ୍ଧକଙ୍କୁ ଏହି ମାମଲା ନେଇ ଏକ ଚିଠି ଲେଖିଛନ୍ତି । ଏହି ବ୍ୟବସାୟରେ ମୋ ପତ୍ନୀଙ୍କର କୌଣସି ସଂପୃକ୍ତି ନାହିଁ । ମୋ ପତ୍ନୀ ଓ ମାମୁଁଙ୍କ ଉପରେ ମିଥ୍ୟା ଅଭିଯୋଗ ଅଣାଯାଇ ସେମାନଙ୍କୁ ଏଥିରେ ଉଦ୍ଦେଶ୍ୟମୂଳକ ଭାବରେ ସମ୍ପୃକ୍ତ କରାଯାଉଛି ।

ବ୍ୟାଙ୍କ ଏହି ମାମଲା ସାର୍ବଜନିକ କରି ଟଙ୍କା ଫେରି ପାଇବାର ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି । ମୋ ଉପରେ ବକେୟା ଟଙ୍କା ବୃଦ୍ଧି କରି ଏପରି କୁହାଯାଉଛି । ବକେୟା ଟଙ୍କା ୫୦୦୦ କୋଟିରୁ କମ୍‌ । ଏବେ ଏହି ଟଙ୍କା ଶୁଝିବା ସ୍ଥିତିରେ ମୁଁ ନାହିଁ ।

ସେ ଆହୁରି ଲେଖିଛନ୍ତି,  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନେଇଥିବା ଋଣ ସମ୍ପର୍କରେ ସେ ଖୁଲାସା କରିଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନିଆଯାଇ ଥିବା ଟଙ୍କା ବିଦେଶରେ ପ୍ରତିଷ୍ଠିତ ୩ଟି କମ୍ପାନୀରେ ଲାଗିଛି ବୋଲି ନିରବ ଉଲ୍ଲେଖ କରିଛନ୍ତି । ଏହି କମ୍ପାନୀଗୁଡ଼ିକ ଭଲ ଚାଲିବା ସହ ବିଦେଶରେ ’ଏ’ ଗ୍ରେଡ଼ର ମାନ୍ୟତା ମଧ୍ୟ ପାଇଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କ, ଗଣମାଧ୍ୟମ ଓ ସରକାର ତାଙ୍କ ଉପରେ ଲଗାତର ଚଢଉ କରି ତାଙ୍କ ବ୍ୟବସାୟରେ ବ୍ୟାପକ କ୍ଷତି ପହଞ୍ଚାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close