INTERNATIONAL NEWSNEWSTOP STORIES

ମିସନ୍ ମାସୁଦ୍ ଆଝାର ଆରମ୍ଭ କଲା ଭାରତ: ମଙ୍ଗ ସମ୍ଭାଳିବେ ଅଜିତ୍ ଡୋଭାଲ୍

ନୂଆଦିଲ୍ଲୀ ,୧୬/୨:ପୁଲୱାମା ଆତଙ୍କବାଦୀ ଆକ୍ରମଣରରେ ୪୦ଜଣ ଯବାନଙ୍କ ମୃତ୍ୟୁ ହେବା ପରେ ସମଗ୍ର ଦେଶରେ ପାକିସ୍ତାନ ବିରୋଧୀ ସ୍ୱର ଦିନକୁ ଦିନ ତୀବ୍ର ହେବାରେ ଲ।ଗିଛି । ଆକ୍ରମଣର କଡା ଜବାବ୍ ଦେବା ଲାଗି ଭାରତ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଜ ଆଝାର ବିରୋଧରେ ଅନ୍ତିମ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମାସୁଦ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପାକିସ୍ତାନକୁ କୂଟନୈତିକ ସ୍ତରରେ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରୀ ସୂତ୍ର ଅନୁସାରେ ଇସ୍ରାଏଲ୍, ଆମେରିକା, ବ୍ରିଟେନ୍, ରୁଷ ଓ ଫ୍ରାନ୍ସ ଭଳି ଦେଶ ଆତଙ୍କାବାଦୀଙ୍କ ସହ ମାସୁଦ୍ ଆଝାର ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି । ମାସୁଦ୍ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ୟୁନାଇଟେଡ୍ ନେସନ୍ରେ ଲଗାତର ପ୍ରତିବନ୍ଧକ ସୃଷ୍ଟି କରୁଥିବା ଚାଇନାର ମୁକାବିଲା କରିବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ନିଜେ ମୋର୍ଚ୍ଚା ସମ୍ଭାଳିବେ ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close