fbpx

ଲକ୍ ଡାଉନ କଟକଣାରୁ ବାଦ ପଡ଼ିଲେ ମତ୍ସ୍ୟଚାଷୀ

ନୂଆଦିଲ୍ଲୀ, ୧୧ା୪: ଲକ୍ ଡାଉନ କଟକଣାରୁ ବାଦ୍ ପଡ଼ିିଛନ୍ତି ମତ୍ସ୍ୟ ଚାଷୀ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସଂଶୋଧିତ ଗାଇଡ଼ ଲାଇନ ଜାରି ହୋଇଛି । ମାଛ ଧରିବାକୁ ମତ୍ସ୍ୟଜୀବୀମାନେ ଯାଇପାରିବେ । ବଜାରରେ ମାଛ ବିକ୍ରି ଉପରେ ମଧ୍ୟ କୌଣସି କଟକଣା ନାହିଁ । ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି ପରିଚାଳନା କାମ ହୋଇପାରିବ । ଏହି କାର୍ଯ୍ୟବେଳେ ସାମଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି ।
କରୋନା ସ୍ଥିତି ସଙ୍ଗୀନ ହୋଇଯିବାରୁ ଉଭୟ ରାଜ୍ୟ ଓ ଦେଶ ଲକ୍ ଡାଉନ ରହିଛି । ଦରକାରୀ ସାମଗ୍ରୀ ଦୋକାନ ବ୍ୟତୀତ କୌଣସି ଦୋକାନ ଖୋଲାହେବା ଉପରେ କଟକଣା ଲାଗୁ ହୋଇଛି । କିନ୍ତୁ ଏବେ ମତ୍ସ୍ୟଜୀବୀମାନଙ୍କ ପାଇଁ କଟକଣା ଲାଗୁ ହେବ ନାହିଁ । ସେମାନେ ତାଙ୍କର କାର୍ଯ୍ୟ କରିପାରିବେ ।

Get real time updates directly on you device, subscribe now.