fbpx

୫ଟି ସ୍କୁଲରେ ହେବ ନମୁନା ସଂଗ୍ରହ

ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ଏଣିକି ସ୍କୁଲରେ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ମେଡ଼ିକାଲ ଟିମ୍ ୫ଟି ସ୍କୁଲରେ ନମୁନା ସଂଗ୍ରହ କରିବେ । ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲ ।  ସ୍କୁଲରେ ୨ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ୱାଚମ୍ୟାନ୍ ରହିବେ । ୧୭ତାରିଖ ଯାଏଁ ଏହି ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିବ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସର୍ବାଧିକ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ କରୋନା ସତର୍କତା ଦୃଷ୍ଟିରୁ ଏହିପରି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.