fbpx

ଭାରତରେ ୬୦ କୋଟି ଲୋକଙ୍କୁ ହୋଇପାରେ କରୋନା: ମୁଖ୍ୟମନ୍ତ୍ରୀ ଅମରିନ୍ଦର

ଚଣ୍ଡିଗଡ,୧୧ ।୪: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍-ଡାଉନ୍ ବଢିବା ନେଇ ଆଲୋଚନା ଚାଲିଛି । ଓଡିଶା ପରେ ବର୍ତ୍ତମାନ ପଞ୍ଜାବରେ ଲକ୍-ଡାଉନ୍ ବୃଦ୍ଧି ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପେଟନ୍ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ପଞ୍ଜାବ କ୍ୟାବିନେଟରେ ଲକ୍-ଡାଉନ୍ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଦିନରେ କରୋନା ଭାଇରସ କାରଣରୁ ପରିସ୍ଥିତି ଆହୁରି ବିପଜ୍ଜନକ ହୋଇପାରେ । ସେପ୍ଟେମ୍ବର ମଧ୍ୟଭାଗରେ ମହାମାରୀ ଏହାର ଶିଖରରେ ପହଞ୍ଚିବ ବୋଲି ଆମର କିଛି ବୟସ୍କ ତଥା ବରିଷ୍ଠ ଚିକିତ୍ସା ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି । ଏହି ଭାଇରସ୍ ଯୋଗୁଁ ଦେଶରେ ୫୮% ଜନସଂଖ୍ୟା ସଂକ୍ରମିତ ହେବା ସହ ପଞ୍ଜାବରେ ୮୦%ରୁ ଅଧିକ ଲୋକେ ଏଥିରେ ପ୍ରଭାବିତ ହୋଇପାରନ୍ତି ।’ ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ ୧୩୨ ଲୋକରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଲୋକଙ୍କ ମୃତ୍ୟୁ ହୋଇସାରିଛି ।

Get real time updates directly on you device, subscribe now.