ନୂଆଦିଲ୍ଲୀ, ୧୧ା୪: ଆଜି କରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ୨୪ଘଣ୍ଟା ଉପଲବ୍ଧ ରହିଛି । କୋଭିଡ଼-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ନିଦ୍ୱନ୍ଦ୍ୱରେ କହିପାରିବେ ।ସମଗ୍ର ଦେଶରେ କରୋନା ହଟ୍ ସ୍ପଟ୍ ଭାବରେ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକରେ ଅଧିକ କଡ଼ାକଡ଼ି ଭାବେ ଳକ୍ ଡାଉନକୁ ପାଳନ କରାଯିବାକୁ ଯୋଜନା ହୋଇଛି । ଏହାସହ ଆଉ ସୁରକ୍ଷିତ ଜିଲ୍ଲା ତଥା ରାଜ୍ୟମାନଙ୍କୁ କିଛି ଛାଡ଼ ଦିଆଯାଇପାରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Get real time updates directly on you device, subscribe now.
Next Post