fbpx

ମାସ୍କ ନପିନ୍ଧି ହଟହଟା ସୁର !

ଭୁବନେଶ୍ୱର, ୧୨ ।୪(ଓଡ଼ିଶା ଭାସ୍କର): କରେନା ମୁକାବିଲା ପାଇଁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କନପିନ୍ଧିଲେ ପ୍ରଥମ ୩ ଥର ୨୦୦ ଓ ପରେ ୫୦୦ ଟଙ୍କା ଫାଇନ ଆଦାୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଗତ ଦୁଇ ଦିନ ତଳୁ ଏହାକୁ ବାଧ୍ୟତାମୂଳକ କରାଯାଇଥିଲେ ହେଁ ଆଜିଠୁ ଫାଇନ ଆଦାୟ ଆରମ୍ଭ କରିଛି କମିଶନରେଟ ପୋଲିସ । ମାସ୍କ ନଥିବା ବ୍ୟକ୍ତିଙ୍କୁ ୨୦୦ଟଙ୍କା ଫାଇନ କରାଯାଉଥିବା ବେଳେ ମାସ୍କ ନଥିବା ବ୍ୟକ୍ତିଙ୍କୁ ମାଗଣା ମାସ୍କ ଯୋଗାଉଛି ପୋଲିସ ।ଏହି ମାସ୍କ ଚେକିଂ ବେଳେ ପୋଲିସ ହାବୁଡେ ପଡିଯାଇଥିଲେ ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ । କିନ୍ତୁ ଜଣେ ବରିଷ୍ଠ ନାଗରିକ ହୋଇଥିବାରୁ ସୁରଙ୍କୁ ଫାଇନ ନକରି ଛାଡି ଦେଇଛି ପୋଲିସ । ସୁର ନିଜ ମାଉସୀମା ମନ୍ଦିର ଘରୁ ଶିଶୁଭବନ ଛକ ଆଡକୁ ଯାଉଥିବା ବେଳେ ପୋଲିସ୍ ହାବୁଡେ ପଡିଥିଲେ ।

Get real time updates directly on you device, subscribe now.