fbpx

ମହା ବିଷୁବ ସଂକ୍ରାନ୍ତି ଓ ରାଜଧାନୀ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ଆଜି ହେଉଛି ପବିତ୍ର ମହା ବିଷୁବ ସଂକ୍ରାନ୍ତି । ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ ବୋଲି ନବୀନ କହିଛନ୍ତି ।
ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ସମୟରେ ସେ ଆହ୍ୱାନ ଦେଇ କହିଛନ୍ତି କରୋନା ବିରୋଧରେ ଏହି ଲଢ଼େଇକୁ ଦୃଢ଼ତାର ସହ ଲଢ଼ିବା । ଏହାସହ ସେ କହିଛନ୍ତି ଯେ ଆସନ୍ତୁ ଏକ ହୋଇ ଏହି ଯୁଦ୍ଧ ଜିତିବା ।

Get real time updates directly on you device, subscribe now.