fbpx

ରାଶିଫଳ ( ୧୪।୦୪।୨୦୨୦, ମଙ୍ଗଳବାର)

ମେଷ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ ।
ବୃଷ – ଅଶୁଭ ଚନ୍ଦ୍ରଙ୍କର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭୂତ ହେବ, ବ୍ୟୟାଧିକ ପରିବେଷ ମନୋବଳକୁ ଦୁର୍ବଳ କରିଦେବ, ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିପାରନ୍ତି, ସମାଜରେ ଲୋକ ସମ୍ପର୍କ ବଢିବ ।
ମିଥୁନ – ଶୁଭଚନ୍ଦ୍ର ପ୍ରଭାବରେ ପରିବହନ ବ୍ୟବସାୟିମାନେ ଶୁଭ ଫଳ ପାଇବେ । ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ମଜା ନେବେ । ସାଂସାରିକ ଓ ପ୍ରେମ ଜୀବନ ସୁଖରେ କଟିବ ।
କର୍କଟ- ସୁଖ ଓ ଶାନ୍ତିରେ ଅତିବାହିତ ହେବା ସହିତ କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, ପାରିବାରିକ ତଥା ପ୍ରେମମୟ ଜୀବନ ଖୁସିରେ ଅତିବାହିତ ହେବା ସହିତ ଭ୍ରମଣରେ ଦିନଟି କାଟିବେ ।
ସିହଂ – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ପରିବାର ବନ୍ଧୁବାନ୍ଧବଙ୍କ ସହ ଭ୍ରମଣ କରିବେ, ନୁତନ ଦ୍ରବ୍ୟ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ମିଳିବ ।
କନ୍ୟା – ଅଶୁଭଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବା ଛୋଟମୋଟ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ

ତୁଳା – ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ, କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗମିଳିବ. ରାଜନୈତିକ ବ୍ୟକ୍ତିବିଶେଷ ସମାଜକଲ୍ୟାଣରେ ଲିପ୍ତ ରହିବେ ।
ବିଛା – ଦିନଟି ଉତ୍ସାହରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ଉର୍ଣ୍ଣତି ହେବ ଫଳରେ ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ ।
ଧନୁ – ନୂତନ ବସ୍ତ୍ର, ଯାନବାହାନ, ଭୁମି କିମ୍ବା ଗୃହକରଣା ବସ୍ତୁ ଆଦି ଆଭୁଷଣ କ୍ରୟ କରିବାର ସଯୋଗ ରହିଛ. ସମସ୍ତ ଯୋଜନାରେ ସଫଳ ହେବା ସହିତ ଆର୍ଥିକ ଉନ୍ନତି ପରଲକ୍ଷିତ ହେବ ।
ମକର- ନିଜ ଲୋକମାନଙ୍କ ଗହଣରେ ଆନନ୍ଦରେ ସମୟ କଟିବ, ଅନୁକୁଳ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ, ପ୍ରସାଶନିକ କିମ୍ବା ମାଲିମକୋଦ୍ଦମାରେ ଶୂଭ ଫଳ ମିଳିବ, ସରକାରି ଚାକିରିଆ ମାନେ କୌଣସି ଶୁଭଖବର ପ୍ରାପ୍ତି ହେବେ ।
କୁମ୍ଭ – ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଆର୍ଥିକ ସ୍ୱଛଳତା ପରିଲିକ୍ଷିତ ହେବ,ମାଙ୍ଗଳିକ କାର୍ଯ୍ୟ ଗୃହରେ ହେ. ଲେଖକ, ସଙ୍କଳକ ଏବଂ ପୁସ୍ତକ ପ୍ରକାଶକ ତଥା କଳାକାରମାନେ ସନ୍ମାନିତ ହେବେ, ପାରିବାରିକ ଶାନ୍ତି ମିଳିବ ।
ମୀନ – ଦିନର ପ୍ରତ୍ୟେକ ସମୟ ସହାୟକ ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ପ୍ରସଶିଂତ ହେବେ, ମାନସିକ ଶାନ୍ତି ସହିତ ସାଂସାରିକ ଜୀବନ ସୁଖରେ କଟିବ, ରାଜନିତିରେ ସଫଳତା ମିଳିବ ।

Get real time updates directly on you device, subscribe now.