BUSINESSGADGETSTECHTECH NEWSTOP STORIES

ସାମସଙ୍ଗ ଆଣିଲା ବିଶ୍ଵର ପ୍ରଥମ ଫୋଲ୍ଡିଂ ସ୍ମାର୍ଟ୍ ଫୋନ୍

ୱାଶିଂଟନ, ୨୧।୨: ବିଶ୍ଵର ପ୍ରଥମ ଟ୍ରୁଲି ଫୋଲ୍ଡିଂ ସ୍ମାର୍ଟ୍ ଫୋନ୍ କୁ ଗୁରୁବାର ବଜାର ପ୍ରବେଶ କରାଇଛି ସାମସଙ୍ଗ । ସାନ୍ ଫ୍ରାସିସକୋରେ ଆୟୋଜିତ ଅନପ୍ୟାକଡ ୨୦୧୯ କାର୍ଯ୍ୟକ୍ରମରେ ସାମସଂଗ ଏହି ଲଞ୍ଚ କରିଛି। ଫୋଲ୍ଡିଂ ଥିବା ସମୟରେ ଏହାର ୪.୬ ଇଞ୍ଚ୍ ଡିସପ୍ଲେ ଫୋଲ୍ଡିଂ ଖୋଲିବା ପରେ ୭.୩ ଇଞ୍ଚ୍ ଡିସପ୍ଲେରେ ପରିଣତ ହୋଇଥାଏ । ତେବେ ଭାରତୀୟ ବଜାରକୁ ଏହି ଫୋନ୍ ଆସିବା ପାଇଁ ଆଉ କିଛି ସମୟ ଲାଗି ପାରେ। ଏହି ଫୋନ୍ କୁ ଅନେକ ଯୁବ ବର୍ଗ ଅନେଇ ରହି ଥିଲେ । ଏହି ଫୋନକୁ କେବଳ ମଝିରୁ ହିଁ ଫୋଲ୍ଡିଂ କରି ହେବ । ଆମେରିକାରେ ଏହି ସ୍ମାର୍ଟ ଫୋନର ମୂଲ୍ୟ ୧୯,୮୦ ଡଲାର ରହିଛି ତେବେ ଭାରତୀୟ ବଜାରରେ ଏହାର ମୁଲ୍ୟ ୧.୪୧ ଲକ୍ଷ ଟଙ୍କା ରହିପାରେ ବୋଲି ଅନୁମାନ କରାଯାଉଛି ।

ପ୍ରାୟତଃ ଏପ୍ରିଲ ୨୬ ସୁଦ୍ଧା ସାମସଙ୍ଗ ଏହି ଗାଲେକ୍ସି ଫୋଲ୍ଡ ଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିପାରେ ବୋଲି ଆକଳନ କରଯାଉଛି । ଏହି ଫୋନରେ ୭ଏନ୍ ଏମ ଅକ୍ଟା-କୋର ପ୍ରୋସେସର ରହିଛି । ଫୋନରେ ୧୨ ଜିବିର ରାମ୍ ଏବଂ ୫୧୨ ଜିବିର ଇଣ୍ଟରନାଲ ଷ୍ଟୋରେଜ ରହିଛି । ତେବେ ଫୋନରେ ୬ଟି କ୍ୟାମେରା ଥିବା ସବୁଠାରୁ ଆକର୍ଷଣର ବିଷୟ ପାଲଟିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close