fbpx

ଲକ୍ ଡାଉନରେ ବିତିବ ରମଜାନ ମାସ,ଘରୁ ପ୍ରାର୍ଥନା କରିବାକୁ କେନ୍ଦ୍ରର ପରାମର୍ଶ ।

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଦେଶରେ କରେନାର ହାହାକାର ।ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଛୁଇଁଲାଣି ।ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଥିପାଇଁ ସରକାର ଲକ ଡାଉନକୁ ୩ ମେ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । କିନ୍ତୁ ଏହା ମଧ୍ୟରେ ପଡୁଛି ମୁସଲମାନ ଧର୍ମର ପବିତ୍ର ରମଜାନ ମାସ ।ଯାହ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇ ମେ ୨୫ରେ ପଡୁଥିବା ଇଦୁଲ ଫିତରର ଠିକ ଦିନ ପୂର୍ବରୁ ଶେଷ ହେବ ।ମାନ୍ୟତା ଅଛି କି ଏହି ମାସରେ ଖୁଦାଙ୍କ ଅଶିର୍ବାଦର ବର୍ଷା ତାଙ୍କୁ ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ହୋଇଥାଏ ।ଏଭଳି ଅବସ୍ଥାରେ ଧର୍ମ ମାସ କିଭଳି ପାଳନ ହେବ ସେଥିପାଇଁ ଚିନ୍ତାରେ ମୁସଲମାନ ଭାଇଭଉଣୀ । କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭୀ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଏଥିପାଇଁ ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ।ତାଛଡା ଏଥର ଘରେ ରହିବାକୁ ,ରୋଜାର ଇଫତାର ଘରେ ପାଳିବାକୁ ଓ ଇଦିର ନମାଜ ମଧ୍ୟ ଘରେ କରିବାକୁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.