fbpx

ମଦୁଆ ହତାସ, ମେ ୩ ତାରିଖ ଯାଏ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଲକ୍ ଡାଉନ ଅବଧି ମେ ୩ ତାରଖ ପର୍ଯ୍ୟନ୍ତ ବଢ଼ାଯାଇଛି । କିନ୍ତୁ ଏଥିରେ କିଛି କ୍ଷେତ୍ର ଉପରୁ ଉଠିଛି ଲଗାମ୍ । ସମାଜିକ ଦୂରତା ବଜାୟ ରଖି କୃଷି ,ଶିଲ୍ପ ଭଳି କିଛ କ୍ଷେତ୍ରକୁ କୋହଳ କରାଯାଇଛି । ଏନେଇ ଆଜି ନୋଟିଫିକେସନ ଜାରି କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ କେନ୍ଦ୍ରର ଏହି ନୂଆ ନିର୍ଦ୍ଦେଶ ମଦୁଆଙ୍କୁ ହତାସ କରିଛି । ଗତ ୨୩ ମାର୍ଚ୍ଚ ଠାରୁ ଦେଶ ବ୍ୟାପୀ ମଦ ଦୋକାନ ବନ୍ଦ ।କେଉଁଠି କେଉଁଠି ଚୋରାରେ ମିଳୁଛି । କିନ୍ତୁ ମଦକୁ ଅଭ୍ୟାସ କରିଥିବା ଲୋକେ ଭାବିଥିଲେ ଅନ୍ୟ କ୍ଷେତ୍ର ସହ ଅବକାରୀ ବିଭାଗରୁ ମଧ୍ୟ କଟକଣା କୋହଳ ହେବ ଓ ମଦ ଦୋକାନ ଖୋଲିବ । କିନ୍ତୁ କେନ୍ଦ୍ର ସରକାର ସେମାନଙ୍କ ଆଶାକୁ ନିରାଶାରେ ପରିଣତ କରିଛନ୍ତି ।ମେ ୩ ତାରିଖ ଯାଏ ଖୋଲିବନି ମଦ ଦୋକାନ । ଖାଲି ମଦ ବିକ୍ରି ନୁହେଁ ୩ ତାରିଖ ଯାଏ ଗଟଖା ଓ ତମାଖୁ ବିକ୍ରି ଉପରେ ମଧ୍ୟ ଅଙ୍କୁଶ ଲାଗିଛି ।

Get real time updates directly on you device, subscribe now.