fbpx

କରୋନା ପାଇଁ ଭାରତ ହେବ ସୁପର ପାୱାର

ଭୁବନେଶ୍ୱର, ୧ ୭ ।୪(ଓଡ଼ିଶା ଭାସ୍କର): ବିଶ୍ୱରେ କୋରୋନା ତାଣ୍ଡବ । ବିଶ୍ୱ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି। ଏହି ଅର୍ଥନୈତିକ ସଂକଟ ସମୟରେ ଚୀନ ଏହାର ଫାଇଦା ନେବାକୁ ମଧ୍ୟ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି। ମାତ୍ର ବିଶ୍ୱର ସୁପର ପାଓ୍ୱାର ହେବା ପାଇଁ ଭାରତ ନିକଟରେ ଏବେ ପର୍ୟ୍ୟାପ୍ତ ପରିମାଣର ସୁଯୋଗ ରହିଛି । କୋରୋନାକୁ ନେଇ ଚୀନ ବିରୋଧରେ କୌଣସି ସଠିକ ପ୍ରମାଣ ଉପଲବ୍ଧ ନାହିଁ। କିନ୍ତୁ ଏହି କୋରୋନାକୁ ନେଇ ବିଶ୍ୱବାସୀଙ୍କ ମନରେ ଚୀନ ପ୍ରତି ଏକ ନକରାତ୍ମକ ସନ୍ଦେହ ସୃଷ୍ଟି ହୋଇଛି। ଚୀନକୁ ନେଇ ସମଗ୍ର ବିଶ୍ୱର ପ୍ରମୁଖ ବିତ୍ତଶାଳୀ ରାଷ୍ଟ୍ର ଗୁଡ଼ିକ ଅସନ୍ତୋଷ ଜାହିର କରୁଛନ୍ତି। ସେପଟେ ଚୀନ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ଏକଜୁଟ ହେଉଛନ୍ତି। ତେବେ ଏହି କୋରୋନା ପାଇଁ ସମଗ୍ର ବିଶ୍ୱରେ ହୋଇଥିବା କ୍ଷତିକୁ ଚୀନ ଭରଣା କରୁ ବୋଲି ଏକ ପ୍ରକାର ଦାବିର ସ୍ୱର ମଧ୍ୟ ଧିରେଧିରେ ଉଠିବାକୁ ଲାଗିଛି ବୋଲି ସେ କହିଥିଲେ।କିଛି ସମୟ ମଧ୍ୟରେ ଚୀନର ଦୁଇ ପ୍ରମୁଖ ତଥା ବଡ଼ ଶିଳ୍ପ ଉପରେ ଭାରତ କବଜା କରିବାରୁ ସୁଯୋଗ ରହିଛି। ତେବେ ଏହି ଦୁଇଟି ଶିଳ୍ପ ହେଉଛି ଇଲେକଟ୍ରୋନିକ୍ସ ଓ କେମିକାଲ ଶିଳ୍ପ। ଚୀନରେ ଇଲେକ୍ଟ୍ରୋନିକ୍ସ ଓ କେମିକାଲର ବଜାର ବହୁତ ବଡ଼ ରହିଛି। ଏହି ଦୁଇଟି ଶିଳ୍ପରୁ ଚୀନ ଟଙ୍କା ରୋଜଗାର ମଧ୍ୟ କରୁଛି। ଭାରତ ଯଦି ଏହି ଦୁଇ ଶିଳ୍ପ ଉପରେ ଅଧିକାର ଜାହିର କରିପାରୁଛି ତେବେ ଭାରତ ମଧ୍ୟ ବେଶ କୋଟି କୋଟି ଟଙ୍କା ରୋଜଗାର କରିପାରିବ । କୋରୋନାର ପ୍ରଭାବ ସମଗ୍ର ବିଶ୍ୱରୁ କମିଗଲେ, ଅଧିକାଂଶ ରାଷ୍ଟ୍ର ସେମାନଙ୍କର ଶିଳ୍ପକୁ ଚୀନରୁ ହଟାଇବା ଆରମ୍ଭ କରିଦେବେ। ଚୀନ ପରେ ଭାରତ ହିଁ ସବୁଠାରୁ ଉପଯୁକ୍ତ ସ୍ଥାନ ରହିବ। ଯେଉଁଠାରେ ସେମାନେ ବ୍ୟବସାୟ କରିପାରିବ। କାରଣ ଇଲେକ୍ଟ୍ରୋନିକ ଓ କେମିକାଲ ପାଇଁ ଭାରତ ଏକ ବଡ ବଜାର ଭାବେ ଉଭା ହେବ। ସେହିପରି ଏଠାରେ କମ ମଜୁରୀରେ ଶ୍ରମିକ ମିଳିବା ସହିତ ଭୌଗୋଳିକ ଦୃଷ୍ଟି କୋଣରୁ ବି ବେଶ ଉପଯୁକ୍ତ ହୋଇ ପାରିବ । କୋରୋନା ପାଇଁ ସମଗ୍ର ବିଶ୍ୱର ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେବ। କିନ୍ତୁ ଏହି ସମୟରେ ସତର୍କତାର ସହ କାର୍ୟ୍ୟ କରିପାରିଲେ ଭାରତର ଅର୍ଥବ୍ୟବସ୍ଥା ବେଶ ଉପରକୁ ଉଠିପାରିବ। ଏପରିକି ସମଗ୍ର ବିଶ୍ୱରେ ଏକ ସୁପର ପାଓ୍ୱାର ଭାବେ ଉଭା ହୋଇ ପାରିବ।

Get real time updates directly on you device, subscribe now.