NATIONALNATIONAL NEWSNEWSODISHA

ମହାନଦୀ ଜଳ ବିବାଦ ମାମଲା: ଦୁଇ ରାଜ୍ୟର ଅଧିକାରୀଙ୍କ ହେଲା ବୈଠକ

ନୂଆଦିଲ୍ଲୀ , ୨୫/୨: ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିରହିଥିବା ମହାନଦୀ ଜଳବିବାଦ ମାମଲାର ସମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲ୍ ଉଭୟ ପକ୍ଷଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ମାମଲାର ସମାଧାନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ ଟ୍ରିବ୍ୟୁନାଲଙ୍କ ଏହି ନିର୍ଦ୍ଦେଶ ପରେ ଆଜି ସୁୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର କକ୍ଷରେ ଏକାଠି ହୋଇଥିଲେ ଓଡିଶା ଓ ଛତିଶଗଡ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ । ପ୍ରାୟ ୨ଘଣ୍ଟା ପର୍ଯ୍ୟନ୍ତ ଦୁଇ ରାଜ୍ୟର ଉଚ୍ଚ ଅଧିକାରୀମାନେ ମାମଲାର ସମାଧାନ ଲାଗି ଆଲୋଚନା କରିଥିଲେ । ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ଓ ବୈଷୟିକ କମିଟି ପକ୍ଷରୁ ଅଣମୌସୁମୀ ସମୟରେ ମହାନଦୀକୁ ୧.୭୬ଏମ୍ଏଏଫ୍ ଜଳ ଛାଡିବାକୁ ଛତିଶଗଡ ପାଖରେ ଦାବି କରାଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close