NATIONALNATIONAL NEWSNEWSTOP STORIES

ମସୁଦକୁ ଡବଲ ଝଟକା, ଶଳା ସହିତ ବଡ଼ଭାଇ ଇବ୍ରାହିମ ଅଜହର ବି ସଫା

ନୂଆଦିଲ୍ଲୀ,୨୬ ।୨: ପୁଲୱାମାରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ଭାରତୀୟ ବାୟୁସେନା । ପାକିସ୍ତାନର ବାଲାକୋଟରେ ୧୨ଟି ମିରାଜ ୨୦୦୦ ଯୁଦ୍ଧ ବିମାନ ଦ୍ଵାରା ଭାରତୀୟ ବାୟୁସେନା କରିଥିବା ଏହି ଆକ୍ରମଣରେ ଆତଙ୍କବାଦୀ ଲଂଚ ପ୍ୟାଡ୍ ସମ୍ପୂର୍ଣ୍ଣ ଧ୍ଵଂସ କରିଥିଲା । ଏହି ଆକ୍ରମଣରେ ମସୁଦ ଅଜରହକୁ ଲାଗିଛି ଡବଲ ଝଟକା,୨ କୁଖ୍ୟାତ ଜୈଶ ଆତଙ୍କବାଦୀ ମୃତ । ଆକ୍ରମଣରେ ଶଳା ୟୁସୁଫ ଅଜହରର ମୃତ୍ୟୁ ହୋଇଥିବା ବେଳେ ମସୁଦ ଅଜହରର ବଡ଼ଭାଇ ଇବ୍ରାହିମ ଅଜହର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଇଣ୍ଟରପୋଲ ଓ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ମସୁଦରର ଶଳା ୟୁସୁଫ । ମସୁଦର ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ସବୁଠାରୁ ବଡ ଶିବିର ୟୁସୁଫ ଚଳାଉଥିବାର ସୂଚନା ମିଳିଛି । ଅପରପକ୍ଷେ ମସୁଦରର ବଡ଼ଭାଇ ଇବ୍ରାହିମ ୧୯୯୯ରେ IC-814 ବିମାନ ଅପହରଣରେ ସାମିଲ ଥିଲା- ଏଥିସହ ଜୈଶର କାଶ୍ମୀର ଅପରେସନ ମୁଖ୍ୟ ମୁଫତି ଅଜହର ଖାନଜେ ବି ମୃତ୍ୟୁ ହୋଇଛି ।ଭାରତର ମିରାଜ-୨୦୦୦ ବିମାନ ଆକ୍ରମଣରେ ଜୈଶ ଆତଙ୍କବାଦୀ ଶିବିରରେ ଥିବା ୨୦୦ AK-47 ରାଇଫଲ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।

ସୂଚନାଯୋଗ୍ୟ କି, ଆଜି ସକାଳ ଭୋର ୩ ଟା ୩୦ ମିନିଟ୍ ସମୟରେ ଭାରତ ପକ୍ଷରୁ ଏହି ଆକ୍ରମଣ ଆରମ୍ଭ ହୋଇ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ କୁ ଟାର୍ଗେଟ କରାଯାଇଥିଲା । ଆତଙ୍କବାଦୀ ସଂଗଠନ ଜୈଶ ଇ ମହମ୍ମଦ ର ବାଲାକୋଟ, ଚକୋଠି ଏବଂ ମୁଜାଫର ବାଦ୍ ରେ ଥିବା ଶିବିର ସମ୍ପୂର୍ଣ୍ଣ ଧ୍ଵଂସ ହୋଇ ଯାଇଛି । ଏହି ଆକ୍ରମଣରେ ପାକିସ୍ତାନର ପ୍ରାୟ ୨୦୦ ରୁ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *