fbpx

ହୋଇପାରେ ବଡ଼ ଘୋଷଣା, ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୪(ଓଡ଼ିଶା ଭାସ୍କର): ଅପରାହ୍ନ ୪.୩୦ରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ସେ ଭିଡ଼ିଓ ମେସେଜ ଜରିଆରେ ବାର୍ତ୍ତା ଦେବେ । ବାର୍ତ୍ତା ଜରିଆରେ ବଡ଼ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । କରୋନା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଥିବାରୁ ବାହାରେ ଓଡ଼ିଆମାନେ ଫସିରହିଛନ୍ତି । ପ୍ରବାସୀ ଓଡ଼ିଆମାନଙ୍କୁ ଫେରେଇ ଆଣିବାକୁ ବଡ଼ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି ।
କରୋନା ନେଇ ଦେଶ ଓ ରାଜ୍ୟ ଉପରେ ବେଶ୍ ପ୍ରଭାବ ପଡ଼ିଛି । ଦେଶରେ ମୃତ୍ୟୁ ସଂଖ୍ୟା ୫୦୭କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ବତ୍ତର୍ମାନ ଓଡ଼ିଶାରେ ୩୬ ଆକ୍ଟିଭ୍ କେସ୍ ରହିଛି ।

Get real time updates directly on you device, subscribe now.