NATIONALNATIONAL NEWSNEWSTOP STORIES

ଆଲୋଚନାକୁ ନା

ପାକିସ୍ତାନର ଆଲୋଚନା ପ୍ରସ୍ତାବକୁ ଭାରତର ଅଗ୍ରାହ୍ୟ

ନୂଆଦିଲ୍ଲୀ, ୨୮/୨: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅତି ଚରମ ସ୍ଥିତିରେ ପହଂଚିଥିବା ବେଳେ ପାକିସ୍ତାନର ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ଭାରତ ସରକାର । ଭାରତର ସାମରିକ ଓ କୂଟନୈତିକ ଚାପ ଆଗରେ ହାର୍ ମାନି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତର ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥା ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏ ନେଇ ଆଜି ଭାରତକୁ ଅନୁରୋଧ କରିଥିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ । ତେବେ ବର୍ତ୍ତମାନ ପରିସ୍ଥିତି ବାର୍ତ୍ତାଳାପ ର ନୁହେଁ ବୋଲି ଭାରତ ପକ୍ଷରୁ ଯୁକ୍ତି ଦର୍ଶଯାଇ ପାକିସ୍ତାନର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦିଆଯାଇଛି । ଏଥି ସହ ଭାରତ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଆଗ ନିଜ ମାଟିରୁ ଆତଙ୍କବାଦର ବିଲୋପ କରୁ ତା ପରେ କଥାବାର୍ତ୍ତା କଥା ଚିନ୍ତା କରାଯିବ । ସେହିପରି ବିଶ୍ୱସନୀୟ ପଦକ୍ଷେପ ନେବା ପରେ ଯାଇ ପାକିସ୍ତାନ ସହ କଥାବାର୍ତ୍ତା ସମ୍ଭବ ବୋଲି କହିଛି ଭାରତ ।

Show More

Related Articles

Leave a Reply

Your email address will not be published. Required fields are marked *

Close