BUSINESSNATIONALNEWSTOP STORIES

ଜିଡିପି ନିମ୍ନଗାମୀ : ୬.୬ ପ୍ରତିଶତକୁ ଖସିଲା ଦେଶର ଅଭିବୃଦ୍ଧି ହାର

ନୂଆଦିଲ୍ଲୀ, ୧/୩: ଦୀର୍ଘ ଦିନର ବ୍ୟବଧାନ ପରେ ନିମ୍ନଗାମୀ ହୋଇଛି ଭାରତୀୟ ଗ୍ରସ ଡୋମେସ୍ଟିକ୍ ପ୍ରଡକ୍ସନ୍ ବା ଜିଡିପି ଅଭିବୃଦ୍ଧି ହାର । ୨୦୧୮ ମସିହା ଅକ୍ଟୋବର-ଡିସେମ୍ବର ମାସରେ ଦେଶର ଜିଡିପି ହାର ୬.୬ ସ୍ଥରକୁ ଖସିଆସିଛି । ଜିଡିପି ହ୍ରାସ ନେଇ ଆଜି କେନ୍ଦ୍ରୀୟ ପରିସଂଖ୍ୟାନ ପ୍ରତିଷ୍ଠାନ ବା ସିଏସ୍ଓ ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଗତ ୧୫ ମାସ ମଧ୍ୟରେ ଏହା ଭାରତର ସବୁଠାରୁ ନିମ୍ନ ଅଭିବୃଦ୍ଧି । ଚଳ୍ିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତୈମାସରେ ଜିଡିପି ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଥିଲା ।
କିଛି ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଜିଡିପି ହ୍ରାସ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ଭାରତର ଜିଡିପି ଅଭିବୃଦ୍ଧି ହାର ନିମ୍ନଗାମୀ ହୋଇଥିଲେ ମଧ୍ୟ ଏହା ଚାଇନା ଠାରୁ ଆଗରେ ରହିଛି । ଚାଇନାର ଜିଡିପି ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *