BOLLYWOODENTERTAINMENTTOP STORIES

ସୋସିଆଲ ମିଡିଆରେ ଛାଇଗଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ: ଲୋକେ କହିଲେ, ‘ନିଶ ରଖିବ ତ ଅଭିନନ୍ଦନ ପରି’

ଭାରତୀୟ ବାୟୁସେନାର ବୀର ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କ ବାହାଦୂରୀ ସମେତ ତାଙ୍କର ଷ୍ଟାଇଲିସ ନିଶ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନନ୍ଦନଙ୍କ ବୀରତ୍ୱକୁ ସାରା ଦେଶ ସାଲ୍ୟୁଟ କରୁଥିବା ବେଳେ ତାଙ୍କ ନିଶର ଷ୍ଟାଇଲକୁ ନିଜ ଷ୍ଟାଇଲ କରିବା ପାଇଁ ଲୋକେ ବେଶ ଉତ୍ସାହୀ ଅଛନ୍ତି । ଖୁବ୍ ଶୀଘ୍ର ଏହି ଷ୍ଟାଇଲ ସମସ୍ତଙ୍କ ମୁହଁରେ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ପେଟ୍ଟାରେ ମେଗାଷ୍ଟାର ରଜନୀକାନ୍ତ ଓ ସିଙ୍ଘମର ନିଶକୁ ମନେପକାଇଦେଇଥିବା ଅଭିନନ୍ଦନଙ୍କ ନିଶ ଓ ତାଙ୍କର ହେୟାର ଷ୍ଟାଇଲକୁ କପି କରିବାରେ ଲାଗିଛନ୍ତି ଯୁବପିଢି । ବିଶେଷ କରି କ୍ରିକେଟର ବିରାଟ କୋହଲି, ଶିଖର ଧୱନ, ବଲିଉଡ ଜଗତର ତାରକା ରଣବୀର ସିଂହଙ୍କ ନିଶକୁ ଫଲୋ କରୁଥିବା ବ୍ୟକ୍ତିମାନେ ଏବେ ଅଭିନନ୍ଦନଙ୍କୁ ଫଲୋ କରୁଥିବାର ଦେଖିବାକୁ ମିଳିଛି ।

ଉଲ୍ଲେଖନୀୟ କି , ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ୱଂସ କରିବା ପରେ ମିଗ-୨୧ ବିମାନ ଯୋଗେ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ସେଠାରେ ଅଭିନନ୍ଦନ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବାରୁ ସେ ପାରାଚ୍ୟୁଟ ସାହାଯ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳର ଏକ ଗାଁ ନିକଟରେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓହ୍ଲାଇଥିଲେ । ସେଠାରେ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ ଦେବା ସହ ପାକିସ୍ତାନୀ ସେନା ହାତରେ ଧରାଇଦେଇଥିଲେ । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ନିସର୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ଶେଷରେ ଭାରତର ହିଁ ବିଜୟ ହେଲା ଓ ବୀର ଯବାନ ଅଭିନନ୍ଦନ ଆସି ଭାରତ ମାଟିରେ ପହଞ୍ଚିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close