fbpx

ମୟୂରଭଞ୍ଜ ମେଡ଼ିକାଲ କଲେଜ ସାଇକାଟ୍ରିକ ୱାର୍ଡରେ ନିଆଁ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ମୟୂରଭଞ୍ଜ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ସାଇକାଟ୍ରିକ ୱାର୍ଡରେ ଲାଗିଲା ନିଆଁ।ସର୍ଟସର୍କିଟରୁ ଏସିରେ ନିଆଁ ଲାଗି ବ୍ୟାପିଥିବା ସନ୍ଦେହ କରାଯାଉଛି। ତେବେ ରାତି ଡ୍ୟୁଟିରେ ଥିବା କାର୍ୟ୍ୟରତ କର୍ମଚାରୀ ଉପରେ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରେ ଧୂଆଁକୁ ଲକ୍ଷ୍ୟକରି ପହଞ୍ଚି ଦେଖିଥିଲେ ସାଇକାଟ୍ରିକ ୱାର୍ଡ଼ ଭିତରୁ ଧୂଆଁ ବାହାରୁଛି। ତେବେ ୱାର୍ଡ଼ ବନ୍ଦ ଥିବାରୁ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଖବର ଦେବାରୁ ସଙ୍ଗେ ସଙ୍ଗେ ଆସି ତାଲା ଖୋଲିଥିଲେ। ସେତେବେଳକୁ ଭିତରେ ନିଆଁ ହୁହୁ ହୋଇ ଜଳୁଥିଲା। ଏଭଳି ସ୍ଥିତିରେ ଅନନ୍ୟପାୟ ହୋଇ ଉପସ୍ଥିତ କର୍ମଚାରୀ ଜଣକ ବିପଦ ଜାଣିମଧ୍ୟ ଗ୍ୟାସ ପ୍ରୟୋଗ କରି ନିଆଁକୁ କିଛିକାଂଶରେ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତାଙ୍କର ଏହି ଉଦ୍ୟମ ଫଳରେ ଡାକ୍ତରଖାନା ଉପରୁ ଏକ ବଡ଼ ବିପଦ ଟାଳିବା ସମ୍ଭବ ହୋଇପାରିଛି।ଅନ୍ୟପଟେ ଘଟଣା ସମ୍ପର୍କରେ ଦମକଳବାହିନୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ କାହାରକିଛି କ୍ଷତି ହୋଇନଥିବା ନେଇ ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି

Get real time updates directly on you device, subscribe now.