fbpx

ତାନ୍ତ୍ରିକ କଥାରେ ଅଢ଼େଇବର୍ଷ ଝିଅର ବଳି ଦେଲା ବାପା

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଘରେ ଲାଗି ରହୁଥିଲା ଆର୍ଥିକ ଅନଟନ । ବାପା କଥା ଶୁଣୁନଥିଲା ଅଢ଼େଇବର୍ଷର ଝିଅ । ଖାସ ଏଥିପାଇଁ ଝିଅର ବଳି ଚଢ଼େଇଲା ଜନ୍ମକଲାବାପା ।ଘଟଣା ଘଟିଛି ମୁଜଫରନଗରରେ । ଜଣେ ତାନ୍ତ୍ରିକ କଥାରେ ଏଭଳି କାଣ୍ଠ ଘଟାଇଛି ବାପା । ଘର ସମସ୍ୟାଦୂର ପାଇଁ ଖୁର୍ସିଦ ତାନ୍ତ୍ରିକର ପରାମର୍ଶ ନେଇଥିଲା । ତା କଥା ଅନୁସାରେ ନିଜ ଝିଅକୁ ଅତି ନିର୍ଦ୍ଦୟ ଭାବେ କୋଦାଳରେ ବେକ କାଟି ହତ୍ୟା କଳା ଖୁର୍ସିଦ । ହତ୍ୟା କରିବା ପରେ ତା ଶବକୁ ମାଟିରେ ପୋତିଦେଇଥିଲା । ମା ଝିଅକୁ ନ ପାଇବାରୁ ତାର ସନ୍ଦେହ ହୋଇଥିଲା । ଏନେଇ ସ୍ଥାନୀୟ ଥାନରେ ଅଭିଯୋଗ କରିବାରୁ ଘଟଣା ସାମନାକୁ ଆସଥିଲା ।ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି କିନ୍ତୁ ଏବେ ବି ଫେରାର ଅଛି ତାନ୍ତ୍ରିକ ।

Get real time updates directly on you device, subscribe now.