FeaturedFITNESSHEALTHHEALTH & LIFE STYLENEW SPECIAL STORIESTOP STORIES

ସ୍ତନ କର୍କଟକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ପ୍ରଣାଳୀ…

ସ୍ତନ କର୍କଟର ହେବାର ବହୁତ କାରଣ ରହିଛି, କିନ୍ତୁ ଏହି ସମସ୍ୟାକୁ ଆପଣ ଚାହିଁଲେ ଦୂର କରିପାରିବେ । ସ୍ତନ କର୍କଟକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ ଏକ ନୂଆ ଖୁଲାସା କରିଛନ୍ତି । ସ୍ତନ କର୍କଟ ରୋଗକୁ ଶାରୀରିକ ପରିଶ୍ରମ ମାଧ୍ୟମରେ ଦୂର କରାଯାଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ରଖିଛି । ତେବେ ଆସନ୍ତୁ ଜାଣିବା ସ୍ତନ କର୍କଟ ସମସ୍ୟା ଦୂର କରିବାର ବିଭିନ୍ନ ପ୍ରଣାଳୀ..

ଶାରୀରିକ ପରିଶ୍ରମ
ଋତୁସ୍ରାବ ପରେଯେଉଁ ମହିଳାମାନେ ପ୍ରତିଦିନ କିଛି ଶାରୀରିକ ପରିଶ୍ରମ କରିବା ସହିତ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁଥିବେ , ଭବିଷ୍ୟତରେ ସେମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା କମ୍ ଥାଏ ।

ବେକିଂ ସୋଡା
ଅନ୍ୟ ଏକ ଗବେଷଣାରୁ ଜାଣିବାକୁ ମିଳିଲା ଯେ ଉଦର ଏବଂ ସ୍ତନ କର୍କଟର ଚିକିତ୍ସା ବେକିଂ ସୋଡା ଦ୍ୱାରା କରିହେବ। ବେକିଂ ସୋଡ଼ା ପାଣି ପିଇବା ଦ୍ୱାରା ଟୁମର୍‌ ହୋଇଥିବା ସେଲଗୁଡ଼ିକ ସକ୍ରିୟ ହୋଇଥାନ୍ତି। ଜାଣିବାକୁ ମିଳିଛି ଯେ ସେଲଗୁଡ଼ିକୁ ସ୍ୱାଭାବିକ ହେବା ପାଇଁ ବେକିଂ ସୋଡ଼ା ସାହାଯ୍ୟ କରିବ। ଫଳରେ ଏହା କର୍କଟ ରୋଗର ଚିକିତ୍ସା କେମୋଥେରାପି ପରି କାର୍ଯ୍ୟ କରିବା ସହ ଟ୍ୟୁମରକୁ ଟାର୍ଗେଟ କରିବ।

ଡାଳିମ୍ବ
ସ୍ତନ କର୍କଟରୁ ରକ୍ଷା ପାଇବା ପାଇଁ ପ୍ରତ୍ୟହ ଡାଳିମ୍ବ ସେବନ କରନ୍ତୁ , ଏହାଦ୍ଵାରା ଆପଣଙ୍କୁ ସ୍ତନ କର୍କଟ ଭଳି ରୋଗ ସ୍ପର୍ଶ କରିପାରିବ ନାହିଁ |

ଗ୍ରୀନ ଟି
ଗ୍ରୀନ ଟି ପିଇବା ଦ୍ୱାରା କର୍କଟ ରୋଗର ଆଶଙ୍କା କମିଯାଏ । ଏହା ସ୍ତନ କର୍କଟ ଓ ପ୍ରୋଷ୍ଟେଟ କର୍କଟରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ନିୟମିତ ରୂପେ ୨/୩ କପ୍ ଗ୍ରୀନ ଟି ପିଇବା ଲାଭପ୍ରଦ ସାବ୍ୟସ୍ତ ହୁଏ ।

ଟମାଟୋ
ଟମାଟୋରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଯାହା ଆମର ଶରୀରର ପ୍ରତିଶେଧକ ପ୍ରକିୟାକୁ ତ୍ୱରାନ୍ୱିତ କରିଥାଏ । ଟମାଟୋରେ ଭିଟାମିନ ଏ, ସି ଓ ଇ ଭରପୁର ମାତ୍ରାରେ ଥାଏ । ଏହା ସ୍ତନ କର୍କଟ ରୋକିବାର ଏକ ଭଲ ଉପାୟ ।

ଅଦା
ଅଦା ମଧ୍ୟ ଅନେକ ପ୍ରକାର କ୍ୟାନସରରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଅଦା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଅଦା ସେବନ କରିବା ଦ୍ୱାରା ଚର୍ମ କର୍କଟ ଓ ସ୍ତନ କର୍କଟର ଆଶଙ୍କା ବହୁ ପରିମାଣରେ କମିଯାଏ ।

Show More

Related Articles

Leave a Reply

Your email address will not be published. Required fields are marked *