fbpx

ଆସନ୍ତାକାଲିଠାରୁ କାର୍ଯ୍ୟକ୍ଷମ ହେବ ପ୍ରବାସୀ ଓଡ଼ିଆଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): କରୋନା ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଲକ୍ ଡାଉନ ପାଇଁ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ତେଣୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଧାନସଭାରେ ଅଭିଯୋଗ ପ୍ରକୋଷ୍ଠ ହେବ । ଆସନ୍ତାକାଲିଠାରୁ ଏହି ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବ । ବାହାରେ ରହିଥିବା ନିଜ ଅଞ୍ଚଳର ଶ୍ରମିକଙ୍କ ବାବଦରେ ତଥ୍ୟ ଦେବେ । ଶ୍ରମିକଙ୍କ ନାମ, ଠିକଣା, ଫୋନ ନମ୍ବର ଜଣାଇବେ ବିଧାୟକ ଓ ସାଂସଦ । ଏହାପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସମସ୍ତ ତଥ୍ୟ ଦିଆଯିବ । ଓମ୍ ବିର୍ଲାଙ୍କ ସହ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.